mahavir

କାରକୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ : ଅଳ୍ପକେ ବର୍ତିଲେ ୪୦ରୁ ଅଧିକ ଯାତ୍ରୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଘରୋଇ ଯାତ୍ରୀବାହୀ ବସ ସହ ଏକ କାର ମୁହାଁମୁହିଁ ଧକ୍କା ହୋବାରୁ ରାସ୍ତା କଡ଼କୁ ଖସିଲା ବସ । ଅଳ୍ପକେ ବଡ଼ ଧରଣର ଦୁର୍ଘଟଣାରୁ ବର୍ତିଲେ ବସରେ ଥିବା ୪୦ରୁ ଅଧିକ ଯାତ୍ରୀ । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ରାଜ୍ୟ ରାଜପଥ ନଂ. ୧ ମୁଖ୍ୟ ରାସ୍ତାର ପାଇବର ସାହି ନିକଟରେ ଘଟିଛି ଦୁର୍ଘଟଣା । ପ୍ରକାଶ ଯେ, ଫୁଲବାଣୀ ରୁ ମୋହନଗିରି ଅଭିମୁଖେ ଯାଉଥିବା ମା’ ତାରିଣୀ ନାମକ ଘରୋଇ ଯାତ୍ରୀବାହୀ ବସଟି ଆସୁଥିବା ବେଳେ ପାଇବର ସାହି ନିକଟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ଦୀପକ ନାମକ ଘରୋଇ ବସକୁ କାରଟି ଓଭରଟେକ କରିଥିଲା । କାରକୁ ବଞ୍ଚାଇବାକୁ ଯାଇ ମା’ ତାରିଣୀ ବସର ଡ୍ରାଇଭର ସଙ୍ଗେ ସଙ୍ଗେ ହଠାତ ବ୍ରେକ ମାରିବାରୁ ଗାର୍ଡୱାଲରେ ବସ ପିଟି ହୋଇଥିଲା । ତେବେ ଦୁର୍ଘଟଣାରେ ବସରେ ବସିଥିବା ସମସ୍ତ ଯାତ୍ରୀ ଓ କାର ଡ୍ରାଇଭର ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି । ଖବର ପାଇ କ.ନୂଆଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.