mahavir

କେସିଙ୍ଗା ନଗର ବିଜେପି ପକ୍ଷରୁ ସମସ୍ତ ବୁଥରେ ୧୩୩ ତମ “ମନ କି ବାତ୍” କାର୍ଯ୍ୟକ୍ରମ

କେସିଙ୍ଗା, (ପ୍ରୀତେଶ ପଟେଲ) : ସମସ୍ତଙ୍କ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିଙ୍କ ‘ମନ କି ବାତ୍ ‘ ଏକ କାର୍ଯ୍ୟକ୍ରମ ନ ହୋଇ ଆଜି ସାରା ଭାରତ ବର୍ଷର ଲୋକଙ୍କ ପାଇଁ ସାଧାରଣ ଜ୍ଞାନ ଓ ଲୁକି ଥିବା ପ୍ରତିଭାକୁ ଉଲ୍ଲେଖ କରିବା ପାଇଁ ଏକ ମାଧ୍ୟମ ହୋଇଛି । ଏହି ପରିପେକ୍ଷୀରେ ଆଜି ୧୩୩ ତମ “ମନ କି ବାତ୍” କାର୍ଯ୍ୟକ୍ରମ କେସିଙ୍ଗା ନଗର ସଭାପତି ପିଙ୍କୁ ପରିଡାଙ୍କ ନେତୃତ୍ଵରେ କେସିଙ୍ଗା ନଗରର ସମସ୍ତ ୱାର୍ଡ଼ରେ ସମସ୍ତ ବୁଥ୍ ସଭାପତିଙ୍କ ତରଫରୁ ପ୍ରସାରଣ ବ୍ୟବସ୍ଥା କରାଯାଇଥିଲା । ୧୩୩ ତମ “ମନ କି ବାତ୍” କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜି ଆରମ୍ଭ କରିଥିଲେ ବିଜ୍ଞାନ ବିଷୟରେ, ବୁଦ୍ଧ ପୂର୍ଣିମା, ବୁଦ୍ଧଙ୍କ ପରି ଜୀବନରେ ଶାନ୍ତି ଓ କରୁଣା ମୟୀ ହେବ । ୨୩ ଜାନୁଆରୀ ସୁବାସ ଚନ୍ଦ୍ର ବୋଷଙ୍କ ଜୟନ୍ତୀରୁ ୩୦ ଜାନୁଆରୀ ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥି ପର୍ଯ୍ୟନ୍ତ ଗଣତନ୍ତ୍ର ମହୋତ୍ସବ ପାଳନ, ଏବେ ଚାଲିଥିବା ଏସ୍ ଆଇ ଆର ଓ ଜନ ଗଣନା ପାଇଁ ଲୋକଙ୍କୁ ସହାୟତା କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଭାରତରେ ଅଜଣା ଲୁକିଥିବା ପ୍ରତିଭା ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ ।

Leave A Reply

Your email address will not be published.