mahavir

ଜୟପାଟଣାରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ମଧ୍ୟରେ ଜାତୀୟ ପଞ୍ଚାୟତି ରାଜ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପଞ୍ଚାୟତି ରାଜ ଦିବସ ଅବସରରେ ବଲାଙ୍ଗିର ଠାରେ ସମଗ୍ର ଓଡ଼ିଶାବାସୀଙ୍କୁ ଶୁଭକାମନା ଜଣାଇବା ସହିତ ପଞ୍ଚାୟତି ରାଜ ହେଉଛି ବିକାଶର ଉତ୍ସ ବୋଲି କହିବା ସହିତ ଓଡ଼ିଶାର ୩୧୪ଟି ବ୍ଲକ ପାଇଁ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରଯାଇଥିଲା । ଜୟପାଟଣା ବ୍ଲକ ପରିସରରେ ଆୟୋଜିତ ଉତ୍ସବ ସଭାରେ ବ୍ଲକ ଅଧ୍ୟକ୍ଷ ଥବିର ବାଗ ଅଧ୍ୟକ୍ଷତା କରିଥିବା ବେଳେ ନବ ନିଯୁକ୍ତ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିଜୟ କୁମାର ଦିଷାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉନ୍ନୟନ କାର୍ଯ୍ୟର ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ସମାଜରେ ଆର୍ଥିକ ନିମ୍ନ ବର୍ଗର ଲୋକଙ୍କ ପଇଁ ପ୍ରଶାସନିକ ସହଯୋଗକୁ ଗୁରୁତ୍ୱ ଦେଇଥିଲେ । ଇନ୍ଦ୍ରାବତୀ ମହାବିଦ୍ୟାଳୟର ଅଧ୍ୟାପକ ମାନସ ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ପଞ୍ଚାୟତି ରାଜ ଦିବସର ଆଭିମୁଖ୍ୟକୁ ଲୋକ ଲୋଚନକୁ ଆଣିଥିଲେ । ଅନ୍ୟ ମାନଂକ ମଧ୍ୟରେ ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ଦିଲ୍ଲୀପ ରାଉତ, ଜିଲ୍ଲା ପରିଷଦ ସଦସ୍ୟ ଅଙ୍ଗଦ ମାଝୀ, ଅରବିନ୍ଦ ପଣ୍ଡା, ଅବିନାଶ ନନ୍ଦ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ । ଏହି ଅବସରରେ ଅନ୍ତୋଦୟ ଗୃହ ଯୋଜନାରେ ୨୨୬ଜଣ ଉପଭୋକ୍ତାଙ୍କୁ ଚୟନ କରାଯାଇଥିବା ବେଳେ ଜୟପାଟଣା, ଖଲିଆଭଟା, ମଙ୍ଗଳପୁର ପଞ୍ଚାୟତର ୩୦ଜଣ ଉପଭୋକ୍ତାଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରଯାଇଥିଲା । ବିଡିଓ ଧର୍ମରାଜ ମାଝୀ ପ୍ରାରମ୍ଭିକ ଭାଷଣ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସାମାଜିକ ଅଧିକାରୀ ସିଦ୍ଧାର୍ଥ ମୁଣ୍ଡ ମଞ୍ଚ ପରିଚାଳନା କରିଥଲେ । ସମସ୍ତ ପଞ୍ଚାୟତ ପ୍ରତିନିଧି ଉପସ୍ଥିତ ଥିଲେ ।

Leave A Reply

Your email address will not be published.