
ରାଉରକେଲା, (କେପିଏନ୍ଏସ୍) : ବିହାରର ନାମୀଦାମି ସଂସ୍ଥା ବାସ୍ତୁ ବିହାର (ଟେକ୍ନୋକଲ୍ଚର୍ ବିଲଡିଂ ସେଂଟର ପ୍ରାଇଭେଟ ଲିମିଟେଡ) ଅନେକ ରାଜ୍ୟରେ ଫ୍ଲାଟ ନିର୍ମାଣ କରି ଜନସାଧାରଣଙ୍କୁ ବିକ୍ରି କରୁଥିବା ସମୟରେ ରାଉରକେଲାରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ୮୦ରୁ ଅଧିକ ଲୋକ । ଏହି ପରିପ୍ରେକ୍ଷୀରେ ରାଉରକେଲା ହୋଟେଲ ଶୁଭମ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରିଥିଲେ, ଠକାମୀର ଶିକାର ହୋଇଥିବା ଲୋକେ । ମୁଖ୍ୟତଃ କୁଆଁରମୁଣ୍ଡା ବ୍ଲକ ପଦ୍ମପୁର ପଂଚାୟତ ଅଧିନରେ ଅବସ୍ଥିତ ବାସ୍ତୁ ବିହାର ଆର୍ପାଟମେଂଟରେ ବହୁ ଲୋକ ନିଜର ସ୍ୱପ୍ନର ଘର ଖଣ୍ଡେ ପାଇଁ ସ୍ୱପ୍ନ ଦେଖି ଆର୍ପାଟମେଂଟରେ ଘର ବୁକିଂ କରି ବାସ୍ତୁବିହାର ସଂସ୍ଥାକୁ ଅର୍ଥ ରାଶି ପ୍ରଦାନ କରିଥିଲେ । କ଼ିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କ ନାମରେ ଘର ରେଜିଷ୍ଟ୍ରେସନ ହେଉନାହିିଁ କିମ୍ବା ତାଙ୍କୁ ଘରର ଚାବି ଦିଆଯାଉନାହିିଁ । ସଂସ୍ଥା ତରଫରୁ ଲୋକମାନଙ୍କୁ ବିଭିନ୍ନ ସଂସ୍ଥାରୁ ବିଲଡିଂ ଆପ୍ରୁଭାଲ କପି ଦିଆଯାଉଛି, ଯେପରି ଆର୍ଏମ୍ସି, ଆର୍ଡ଼ିଏ, ବ୍ଲକ ପଂଚାୟତ ଅଫିସ ଇତ୍ୟାଦି । ଉକ୍ତ ଲୋକମାନଙ୍କ ସନ୍ଦେହ ହେବାରୁ ଆର୍ଟିଆଇ ଆକ୍ଟରେ ଏହି ସଂସ୍ଥାମାନଙ୍କୁ ତଥ୍ୟ ମାଗିଥିଲେ । କିନ୍ତୁ ବାସ୍ତୁବିହାର ସଂସ୍ଥାକୁ ବିଲଡିଂ ଆପ୍ରୁଭାଲ ମିଳିନାହିଁ ବୋଲି ସୂଚନା ପ୍ରଦାନ କରିଥିଲା ଆର୍ଟିଆଇ ତଥ୍ୟ । ଦୀର୍ଘ ୧୦ରୁ ୧୨ ବର୍ଷ ହେଲାଣି ନିଜ ନାମରେ ଘର ଖଣ୍ଡେ ପାଇଁ ଦୌଡୁଛନ୍ତି ଠକାମିର ଶିକାର ହୋଇଥିବା ଲୋକେ । ବାଧ୍ୟ ହୋଇ ଏହି ଲୋକମାନେ ଆଇନର ଆଶ୍ରୟ ନେଇଥିଲେ, କିନ୍ତୁ ସେଠି ବି ଫଳ ଶୂନ ହେବାରୁ ଆଜି ସାମ୍ବାଦିକମାନଙ୍କ ଆଗରେ ଅଭିଯୋଗ ରଖିଥିଲେ ବଡ଼ବଡ଼ ନେତା ଓ ଅଭିନେତା ମାନେ ଓ କହିଥିଲେ ଦୟାକରି ଏଭଳି ଫ୍ରଡ଼ ସଂସ୍ଥା ମାନଙ୍କର ପ୍ରଚାର ପ୍ରସାର ନ କରନ୍ତୁ । କାରଣ ତାଙ୍କୁ ଦେଖି ସାଧାରଣ ଲୋକଙ୍କ ମଧ୍ୟରେ ବିଶ୍ୱାସ ଜମୁଛି ଏବଂ ସାଧାରଣ ଜନତା ଠକାମୀର ଶିକାର ହେଉଛନ୍ତି ।