
ତରଭା : (କେପିଏନ୍ଏସ୍) : ନିଜର ଅକ୍ଳାନ୍ତ ପରିଶ୍ରମ ଓ ଅଧ୍ୟବସାୟ ବଳରେ ସୋନପୁର ଜିଲ୍ଲା ମେଣ୍ଡା ଗ୍ରାମର ମଧୁସୂଦନ ସା କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ କଶ୍ରୁପଡା ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ଭାବେ ଯୋଗ ଦେଇଛନ୍ତି । ମଧୁସୂଦନ ପିଲାଟି ଦିନରୁ ମେଧାବୀ ଓ ପରିଶ୍ରମୀ ଛାତ୍ର ଥିଲେ । ଏହା ବ୍ୟତୀତ ସେ ଜଣେ ଭଲ କ୍ରିକେଟ୍ ଖେଳାଳୀ ମଧ୍ୟ । ପୂର୍ବରୁ ଅନେକ ପରୀକ୍ଷାରେ ବିଫଳ ହୋଇଥିଲେ ମଧ୍ୟ ମନରେ ଥିଲା ତାଂକର ଅଦମ୍ୟ ସାହସ । ଲକ୍ଷ୍ୟସ୍ଥଳକୁ ପହଞ୍ଚିବା ପାଇଁ ସେ କଠିନ ପରିଶ୍ରମ କରୁଥିଲେ । ତାଂକର ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ରହିଛି, ଯେଉଁଥିରେ ଅନେକ ଆଶାୟୀ ଅନଲାଇନ୍ ମାଧ୍ୟମରେ ଶିକ୍ଷାଗ୍ରହଣ କରି ସଫଳ ହୋଇଛନ୍ତି । ତାଂକ ସଫଳତା ପଛରେ କଠିନ ପରିଶ୍ରମ, ଦୃଢ ମନୋବଳ ପିତାମାତା ଗୁରୁଜନଙ୍କର ଆଶୀର୍ବାଦ ତଥା ବନ୍ଧୁ ମାନଙ୍କର ଶୁଭକାମନା ରହିଛି ବୋଲି କହିଛନ୍ତି । ଏହି ସଫଳତା ପାଇବା ପରେ ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି ଓ ତାଂକ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।