mahavir

ସାମ୍ବାଦିକଙ୍କ ଅକାଳ ବିୟୋଗ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପୋଟେସ ଗ୍ରାମର ସାମ୍ବାଦିକ ଶରତ ଚନ୍ଦ୍ର ସୁନାନୀଙ୍କ ୪୬ ବର୍ଷ ବୟସରେ ଗୁରୁବାର ସକାଳେ ଅକାଳ ବିୟୋଗ ଘଟିଛି । ଗୁରୁବାର ସକାଳେ ଶରତ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ପରିବାର ଏବଂ ସମ୍ପର୍କୀୟ ଲୋକେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଡାକ୍ତର ଶରତଙ୍କୁ ଦେଖି ମୃତ ଘୋଷଣା କରିଥିଲେ । ତାଙ୍କ ଜନ୍ମମାଟି ପୋଟେସରେ ଅନ୍ତିମ ସଂସ୍କାର କରାଯାଇଛି । ଅନ୍ତିମ ଯାତ୍ରାରେ ଅନେକ ସାମ୍ବାଦିକ, ବନ୍ଧୁବର୍ଗ ଏବଂ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ । ସ୍ୱର୍ଗତ ଶରତ ଜଣେ ମିଷ୍ଟଭାଷୀ, ସରଳ ବ୍ୟକ୍ତିତ୍ୱ ଥିଲେ । ଏହାସହ ସାମ୍ବାଦିକତା କ୍ଷେତ୍ରରେ ସେ ଅଞ୍ଚଳର ଅନେକ ସମସ୍ୟାକୁ ଲୋକ ଲୋଚନକୁ ଆଣିପାରିଥିଲେ । ସେ ଦୀର୍ଘଦିନ ଧରି ଉତ୍କଳ ଭାରତ ଖବର କାଗଜରେ ପ୍ରତିନିଧି ଭାବେ କାର୍ଯ୍ୟ କରିଆସୁଥିଲେ । ତାଙ୍କର ଅକାଳ ବିୟୋଗରେ ସମ୍ପର୍କୀୟ ଏବଂ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଧର୍ମପତ୍ନୀ ଏବଂ ତିନି ଝିଅ ଥିବା ଜଣାଯାଇଛି ।

Leave A Reply

Your email address will not be published.