mahavir

ପରଲୋକରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ପାତ୍ର

ଭୋଗରାଇ, (କେପିଏନଏସ) : ଖରିଦପିପଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୟାପାଲି ଗ୍ରାମରେ ଅବସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପାତ୍ରଙ୍କ ୯୦ ବର୍ଷ ବୟସରେ ଗତ ମଙ୍ଗଳବାର ସଂଧ୍ୟା ୬.୦୫ ମିନିଟ୍ ସମୟରେ ନିଜ ବାସଭବନରେ ଦେହାନ୍ତ ଘଟିଛି । ଶ୍ରୀ ପାତ୍ର ଜୟରାମପୁର ଉଚ୍ଚ ବିଦ୍ୟାଳୟରେ ପ୍ରତିଷ୍ଠାତା ପ୍ରଧାନଶିକ୍ଷକ ଭାବେ ତା -୦୧.୦୭.୧୯୬୫ ମସିହାରେ ଶିକ୍ଷାଦାନ ଆରମ୍ଭ କରି ତା -୩୧.୧୨.୧୯୯୬ ମସିହା ଯାଏଁ ଉକ୍ତ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ତୁଲାଇ ଅବସର ନେଇଥିଲେ । ଦୀର୍ଘ ୩୨ ବର୍ଷ ଶିକ୍ଷକତା ଜୀବନ ମଧ୍ୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ରମେଶ ଚନ୍ଦ୍ର ପାତ୍ର ମସିହା ପାଲଟି ଯାଇଥିଲେ । ଇଂରାଜୀ ଏବଂ ଓଡ଼ିଆ ସାହିତ୍ୟରେ ଶ୍ରୀ ପାତ୍ରଙ୍କ ଦକ୍ଷତା ଖୁବ୍ ନିପୁଣ ଥିଲା । ଶ୍ରୀ ପାତ୍ର ୩୨ ବର୍ଷ ଶିକ୍ଷାଦାନ କରି ଜୟରାମ ଅଞ୍ଚଳରେ ମଣିଷ ତିଆରି କାରଖାନା ପ୍ରତିଷ୍ଠା କରି ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ କରିବାରେ ଅନନ୍ୟ ସ୍ଥପତି ସାଜିଥିଲେ । ୧୯୩୬ ମସିହାରେ ଜନ୍ମିତ ଶ୍ରୀ ପାତ୍ର ସମାଜ ପାଇଁ ଅନେକ ଛାପ ଛାଡ଼ିଯାଇଛନ୍ତି । ପ୍ରଧାନଶିକ୍ଷକରୁ ଶିକ୍ଷକ ସଂଘର ନେତା, ସାହିତ୍ୟିକ, ଶିକ୍ଷାବିତ୍, ସୁବକ୍ତା, ଅନୁଷ୍ଠାନ ପ୍ରେମୀ, ଖରିଦପିପଳ ଗ୍ରାମପଞ୍ଚାୟତର ପ୍ରାକ୍ତନ ବିଜୁଜନତା ଦଳର ସଭାପତି, ନୟାପାଲି ଗ୍ରାମର ପ୍ରାକ୍ତନ ସଭାପତି ଭାବେ ଦାୟିତ୍ୱ ତୁଲାଇ ନିଜର ପରାକାଷ୍ଠା ପ୍ରଦର୍ଶନ କରିଥିଲେ ଶ୍ରୀ ପାତ୍ର । ଗତକାଲି ଶ୍ରୀ ପାତ୍ରଙ୍କ ଦେହାନ୍ତ ଖବର ଶୁଣିବା ମାତ୍ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶ୍ରୀ ପାତ୍ରଙ୍କ ଅନ୍ତିମ ଦର୍ଶନ ପାଇଁ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ଦହମୁଣ୍ଡା ଉଚ୍ଚବିଦ୍ୟାଳର ଛାତ୍ର ସଂସଦ ସଭାପତି ମୁରଲୀ ମୋହନ ପଟ୍ଟନାୟକ, ଖରିଦପିପଳ ଗ୍ରାମପଞ୍ଚାୟତ ସରପଞ୍ଚ ମଞ୍ଜୁରାଣୀ ବେହେରା, ପ୍ରାକ୍ତନ ଜିଲ୍ଲାପରିଷଦ ସଦସ୍ୟ ହେମନ୍ତ ବେହେରା, ଆଇନଜୀବୀ ରାଜକିଶୋର ଜେନା, କବି ଡଃ କାଳିକିଙ୍କର ଦାସ, ରୋଟାରିଆନ ଡଃ ଶିବ ନାରାୟଣ ପାତ୍ର, ଖରିଦପିପଳ ସେବା ସମବାୟ ସମିତିର ନିର୍ଦ୍ଦେଶକ ଆଶୁତୋଷ ମହାନ୍ତି, ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି, ସମବାୟ ସମିତିର ସଭାପତି କେଶବ ଚନ୍ଦ୍ର ପାଳ, ସମାଜସେବୀ ଧନଞ୍ଜୟ ସାହୁ, ସୁର୍ଯ୍ୟକାନ୍ତ ଜେନା, ଗିରିଶ ଚନ୍ଦ୍ର ପାତ୍ର, ହରିଶଚନ୍ଦ୍ର ଦାସ, ଶ୍ୟାମସୁନ୍ଦର ଦେ, ପଦ୍ମନାଭ ଦେ, ସୁରଜୀତ ମହାନ୍ତି, ପ୍ରମୁଖ ଉପସ୍ଥିତ ହୋଇ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଆଜି ସକାଳ ଶ୍ରୀ ପାତ୍ରଙ୍କ ମରଶରୀରକୁ ଜୟରାମପୁର ଉଚ୍ଚ ବିଦ୍ୟାଳୟ ପରିସରକୁ ଶୋଭାଯାତ୍ରାରେ ନିଆଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସରପଞ୍ଚ ଦିପ୍ତିମୟୀ ମିଶ୍ର, ପ୍ରଧାନଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ଦେ, ସମ୍ଭାବନା ପ୍ରକାଶନି ମୁଖ୍ୟ ଡଃ ଶ୍ରୀକୁମାର ଘୋଷ, ସିଏ ରାଜୀବ କୁମାର ଜେନା, ଛାତ୍ରୀ ହେମଲତା ଜେନା, ଡାକ୍ତର ଶୁଭମ ଜେନା, ଶିକ୍ଷକ ଜନାର୍ଦ୍ଦନ ବାରିକ୍, ଶିକ୍ଷକ ସ୍ନେହାଶିଷ ପ୍ରଧାନ, ପ୍ରାକ୍ତନ ଶିକ୍ଷକ ଗୌରାଙ୍ଗ ମହାନ୍ତି, ପ୍ରାକ୍ତନ ଶିକ୍ଷକ ରଞ୍ଜନ କୁମାର ଜେନା, ସମାଜସେବୀ ହରିନାରାୟଣ ଜେନା, ଶତିସ ଚନ୍ଦ୍ର ପରିଡ଼ା, ବିଦୁ ସାମଲ, ବରିଷ୍ଠ କିରାଣୀ କାହ୍ନୁଚରଣ ଜେନା ପ୍ରମୁଖଙ୍କ ସହିତ ବିଦ୍ୟାଳୟର ଶହଶହ ଛାତ୍ରଛାତ୍ରୀ ଅଭିଭାବକମାନେ ଉପସ୍ଥିତ ହୋଇ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ରମେଶ ସାର ଅମର ରହେ ସ୍ଲୋଗାନ ଦେଇଥିଲେ । ଶ୍ରୀ ପାତ୍ରଙ୍କ ଅନ୍ତିମ ଶଯ୍ୟା ନିକଟରେ ପୁତ୍ର ତୁଷାରକାନ୍ତି, ନିହାରକାନ୍ତି, ତରୁଣକାନ୍ତି, ପୁତ୍ରବଧୂ ଅନ୍ନପୁର୍ଣ୍ଣା, ପୁତ୍ରବଧୂ ମାଲା, ନାତୁଣୀ ଅଙ୍କିତା, ସୋନାଲି, ନାତି ଅଭିରାଜ, ଝିଅ କନକଲତା, ସ୍ନେହଲତା, ପୁଷ୍ପଲତା, ଜ୍ୱାଇଁ ସୁଧିର ପ୍ରଧାନ, ପ୍ରାକ୍ତନ ପ୍ରଧାନଶିକ୍ଷକ ସୁଧାକର ଜେନା ଉପସ୍ଥିତ ଥିଲେ । ଶ୍ରୀ ପାତ୍ରଙ୍କ ମରଶରୀରକୁ ନିଜ ପୈତୃକ ଗ୍ରାମ ଗୁଆଶୁଳ ମଶାଣିରେ ସଂସ୍କାର କରାଯାଇଥିବାବେଳେ ବଡ଼ପୁତ୍ର ତୁଷାରକାନ୍ତି ମଧ୍ୟମ ପୁତ୍ର ନିହାରକାନ୍ତି ସାନପୁତ୍ର ତରୁଣକାନ୍ତି ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.