
- ପ୍ରଥମ ଦିନରେ ‘ପ୍ରଜାପତିର ଡେଣା’ ଓ ଦ୍ୱିତୀୟ ଦିନରେ ବିଦ୍ରୋହ ନିଜ ବିରୁଦ୍ଧରେ ମଞ୍ଚସ୍ଥ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅନ୍ୟତମ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ୱସ୍ତି ଝଙ୍କାର ଓ ସ୍ୱସ୍ତି ସାହିତ୍ୟ ସଂସଦ ରାଉରକେଲା ଆୟୋଜିତ ୪୬ତମ ବାର୍ଷିକୋତ୍ସବ ଓ ୨୬ତମ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ପ୍ରଥମ ଦିନରେ ସ୍ୱସ୍ତି ଝଙ୍କାର ରାଉରକେଲା ପ୍ରାୟୋଜିତ ନାଟ୍ୟକାର ଭାବଗ୍ରାହୀ ଦାଶଙ୍କ ରଚିତ ଓ ରାଜୀବ ପାଣିଙ୍କ ନିର୍ଦ୍ଦେଶନାରେ ପ୍ରଜାପତିର ଡେଣା ମଞ୍ଚସ୍ଥ କରାଯାଇଥିଲା । ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ବିପିୟୁଟିର କୁଳପତି ଡ଼. ଅମୀୟ କୁମାର ରଥ ମୁଖ୍ୟଅତିଥି ଓ ଯୁବ ନାଟ୍ୟ ନିର୍ଦ୍ଦେଶକ ଚିନ୍ମୟ କୁମାର ତ୍ରିପାଠୀ ଉଦ୍ଘାଟକ ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନର ଉପ ସଭାପତି ଡ଼. ଅଜୟ କୁମାର ମିଶ୍ର ଧନ୍ୟବାଦ.ଅର୍ପଣ କରିଥିଲେ । ଅନିଲ ମଲ୍ଲିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଜ୍ଞା ନନ୍ଦ ମହାନ୍ତି, ପ୍ରବୀର ଜେନା, କଲ୍ୟାଣୀ ଦାସ, ରୁନୁ ବେଜ, ସନ୍ଧ୍ୟା ପଟ୍ଟନାୟକ, ନିରୁପମା ପତି ପ୍ରମୁଖ ସହଯୋଗ କରିଥିଲେ । ଏହି ନାଟକରେ ବିଭିନ୍ନ ଭୂମିକାରେ ରାଜୀବ ପାଣି, ବବି ମହାଳିକ, ବିଜୟ ପାତ୍ର, ସାର୍ଥକ ଦାସ, ଗଙ୍ଗାଧର ଜେନା ପ୍ରମୁଖ ଅଭିନୟ କରି ଦର୍ଶକଙ୍କ ମନ ମୋହିଥିଲେ । ଡ଼. ସୁଶାନ୍ତ ପାଣି ସଂଗୀତ ନିର୍ଦେଶନା ଦେଇଥିଲେ । ସେହିପରି ଦ୍ୱିତୀୟ ଦିବସରେ ଭୁବନେଶ୍ୱରର ବାଗଦେବୀ ଲିଟେରାରୀ ଟ୍ରଷ୍ଟ ପକ୍ଷରୁ ନାଟକ ବିଦ୍ରୋହ ନିଜ ବିରୁଦ୍ଧରେ ମଞ୍ଚସ୍ଥ ହୋଇଯାଇଛି । ଏହି ନାଟକକୁ ଗଦାଧର ନନ୍ଦ ରଚନା ଓ ପବିତ୍ର ମହାନ୍ତି ନିର୍ଦ୍ଦେଶନା ଓ ସଂଗୀତ ନିର୍ଦ୍ଦେଶନାରେ ପ୍ରତାପ ରାଉତ ସହଯୋଗ କରିଥିଲେ । ଦ୍ୱିତୀୟ ଦିବସରେ ଉପସଭାପତି ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ପୌରହିତ୍ୟରେ ସତ୍ୟ ମିଶ୍ର ଉଦଘାଟକ, ମୁଖ୍ୟ ଦର୍ଶକ ଭାବେ ବିନୋଦିନୀ ରଥ, ସମ୍ମାନିତ ଦର୍ଶକ ଭାବେ ସୁନିଲ କାୟଲ ଯୋଗଦେଇଥିବା ବେଳେ ଉପଦେଷ୍ଟା ଡ. ସୁମନ ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ନାଟକରେ ପବିତ୍ର ମହାନ୍ତି, ମମତା ତ୍ରିପାଠୀ, ମାନୁ ପଟ୍ଟନାୟକ, ସୁନିଲ ପଟ୍ଟନାୟକ, ଯାମିନୀକାନ୍ତ ମିଶ୍ର, ଦେବେନ୍ଦ୍ର ସୁନ୍ଦରରାୟ, କୃଷ୍ଣଚନ୍ଦ୍ର ମିଶ୍ର, ରାମକୃଷ୍ଣ ନାୟକ ଓ ସ୍ଵସ୍ତିକ ଦାସ ପ୍ରମୁଖ ଅଭିନୟ କରିଥିଲେ ।