
କେସିଙ୍ଗା, (ପ୍ରୀତେଶ ପଟେଲ) : ଆଗାମୀ ନିର୍ବାଚନକୁ ଆଖିରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ଦଳକୁ ବୁଥ୍ ସ୍ତରରେ ମଜବୁତ୍ କରିବା ପାଇଁ ବୈଠକ ଆରମ୍ଭ କରିଦେଇଛନ୍ତି । ଏହି ପରିପ୍ରେକ୍ଷୀରେ କେସିଙ୍ଗା ନଗର ବିଜେପି ପକ୍ଷରୁ ଏକ ସାଧାରଣ ବୈଠକ କେସିଙ୍ଗା ଷ୍ଟେଟ ବ୍ୟାଙ୍କ୍ ପାଖରେ ଥିବା ଅରୁଣ ଭାଇଙ୍କ ଅଫିସରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ କେସିଙ୍ଗା ନଗର ପ୍ରଭାରୀ ମୁକେଶ ଜୈନଙ୍କ ନେତୃତ୍ୱରେ ଆଜି କେସିଙ୍ଗା ନଗର ବିଜେପି ପାର୍ଟି ବୁଥ୍ ସ୍ତରରେ ମଜବୁତ୍ କରିବା ପାଇଁ ବିଭିନ୍ନ ମୋର୍ଚ୍ଚା ସଭାପତି ଚୟନ କରାଗଲା । କେସିଙ୍ଗା ବିଜେପି ୟୁଥ ମୋର୍ଚ୍ଚା ସଭାପତି ଭାବରେ ମଣ୍ଟୁ ବର୍ମା, ମହିଳା ମୋର୍ଚ୍ଚା ପାଇଁ ଜୟନ୍ତୀ ଗହୀର, କିଷାନ ମୋର୍ଚ୍ଚା ପାଇଁ ବିଭୀଷଣ ସାହୁ, ଏସ୍ସି ମୋର୍ଚ୍ଚା ପାଇଁ ଓକିଲ ଶିଖା ଓ ଏସ୍ଟି ମୋର୍ଚ୍ଚା ପାଇଁ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କୁ ସର୍ବସମ୍ମତିରେ ଚୟନ କରାଯାଇଛି । ଏହି ବୈଠକରେ ଉପସ୍ଥିତ ଥିଲେ ଜିଲ୍ଲା ଆଇଟି ସେଲ୍ର ସଭାପତି ନରହରି ଭାଇ, ପୂର୍ବତନ ନଗରପାଳ ସରିତା ସିନ୍ଦୁର, ପୂର୍ବତନ ନଗର ସଭାପତି ପ୍ରଶାନ୍ତ ବାନାର୍ଜୀ, ସାଧାରଣ ସମ୍ପାଦକ ଯୁଗଳ କିଶୋର ଦୀପ, ଉପସଭାପତି ପ୍ରୀତେଶ ପଟେଲ, ଧରଣୀଧର ନାୟକ, ଶ୍ରୀପାଳ ଜୈନ, ଅରୁଣ ଅଗ୍ରୱାଲ, ବିମଳ ବାଗ, ମଣ୍ଟୁ ବର୍ମା, କମଳାକାନ୍ତ ସାହୁ ଓ ରଞ୍ଜନ ବେହେରା ସହ କେସିଙ୍ଗା ବିଜେପି କର୍ମୀ ।