mahavir

ଗ୍ରୀଷ୍ମ ପ୍ରବାହ ଯୋଗୁଁ ୨୨ରୁ ୨୫ ଏପ୍ରିଲ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାର ସ୍କୁଲ, କଲେଜ ଓ ଅଙ୍ଗନୱାଡି କେନ୍ଦ୍ର ବନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌): ବଲାଙ୍ଗିର ଜିଲ୍ଲାରେ ଚାଲୁଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ଓ ଭୁବନେଶ୍ୱର ଆଇଏମଡିଙ୍କ ଚେତାବନୀକୁ ଦୃଷ୍ଟିରେ ରଖି, ଛାତ୍ରଛାତ୍ରୀ ଓ ପିଲାମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ କଲ୍ୟାଣ ପାଇଁ ଜିଲ୍ଲା ପ୍ରଶାସନ ୨୨ ଏପ୍ରିଲ ୨୦୨୬ରୁ ୨୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ସମସ୍ତ ଶିକ୍ଷା ସଂସ୍ଥାନ ଓ ଅଙ୍ଗନୱାଡି କେନ୍ଦ୍ର ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛି । ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ, ସମସ୍ତ ଅଙ୍ଗନୱାଡି କେନ୍ଦ୍ର, ଏବଂ ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ କଲେଜ ୨୨ରୁ ୨୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ବନ୍ଦ ରହିବ । ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ/ଅଧ୍ୟାପକମାନେ ସଂସ୍ଥାନରେ ଉପସ୍ଥିତ ରହି ଅନଲାଇନ୍ କ୍ଲାସ ନେବେ । ଅଙ୍ଗନୱାଡି କେନ୍ଦ୍ରରେ ଗରମ ଖାଦ୍ୟ ପରିବର୍ତ୍ତେ ଘରକୁ ନେବା ପାଇଁ ରାସନ ବଣ୍ଟନ ସୁନିଶ୍ଚିତ କରାଯିବ । ଜନଗଣନା କାର୍ଯ୍ୟ ଗ୍ରୀଷ୍ମ ପ୍ରବାହ ପ୍ରୋଟୋକଲ ଅନୁସରଣ କରି ଜାରି ରହିବ । ପରୀକ୍ଷା ପୂର୍ବ ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ଅନୁଯାୟୀ ହେବ । ଏହି ନିର୍ଦ୍ଦେଶ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ । ସମସ୍ତ ଅଭିଭାବକ ଓ ଅଭିଜନଙ୍କୁ ଜିଲ୍ଲା ପ୍ରଶାସନଙ୍କ ଅନୁରୋଧ ଯେ, ପିଲାମାନଙ୍କୁ ଘରଭିତରେ ରଖିବେ, ପର୍ଯ୍ୟାପ୍ତ ପାଣି ପିଇବାକୁ ସୁନିଶ୍ଚିତ କରିବେ ଓ ଦିନର ତୀବ୍ର ଗରମ ସମୟରେ ବାହାରେ ଯିବାରୁ ବର୍ଜନ କରିବେ ।

Leave A Reply

Your email address will not be published.