
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହର ଭିତରେ ପୁଣି ଦୁର୍ଘଟଣା । ବଲାଙ୍ଗିର ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଘଟିଛି ଦୁର୍ଘଟଣା । ବସତଳକୁ ପଶିଗଲା ବାଇକ । ଘଟଣା ସ୍ଥଳରେ ବାଇକ ଅରୋହୀ ମୃତ । ଯୁବକ ଜଣକଙ୍କ ପରିଚୟ ଜଣାପଡି ନଥିବା ବେଳେ ଫୋନ ନମ୍ବରରୁ ତାଙ୍କ ନା ରାଜ ୟାଦବ ବୋଲି ଜଣାପଡିଛି । ଘଟଣା ସ୍ଥଳରୁ ବସ ଫେରାର ମାରିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଭୀମଭୋଇ ମେଡ଼ିକାଲକୁ ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାପଡ଼ିଛି । ବାଇକକୁ ମଧ୍ୟ ପୋଲିସ ଜବତ କରିଛି । ତେବେ ଦୁର୍ଘଟଣାର ସିସିଟିଭି ଭିଡ଼ିଓରୁ ଜଣାପଡିଛି ଯେ, ନିଜେ ଦ୍ର୍ରୁତ ଗତିରେ ଆସି ବସ ତଳକୁ ପଶି ଯାଇ ଦୁର୍ଘଟଣାର ଶିକାର ହୋଇଛନ୍ତି ଯୁବକ ଜଣକ । ଯାହା ଫଳରେ କି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ।