
ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଶଳ କଳା ମଣ୍ଡଳ ପଡିଆରେ ବଲାଙ୍ଗିରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସପ୍ତକ କଳା ପ୍ରକାଶିକା ବଲାଙ୍ଗିର ତରଫରୁ ଅଧ୍ୟକ୍ଷ ଶିବାନନ୍ଦ ତ୍ରିପାଠି (ଗାୟକ)ଙ୍କ ଅଧ୍ୟକ୍ଷତାରେ ଅକ୍ଷୟ ତୃତୀୟା ଉପଲକ୍ଷେ ଭଜନ ସମାରୋହ ଆୟୋଜିତ ହୋଇଯାଇଛି । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓ, ପୌରାଧ୍ୟକ୍ଷା ଲିକା ସାହୁ, ଲକ୍ଷ୍ମଣ ମେହେର, ଜିଲ୍ଲା ଫୁଟବଲ କୋଚ୍ ପରାଶର ବାଗ, କ୍ଷମାନିଧି ଝାଙ୍କର ପ୍ରମୁଖ ଯୋଗ ଦେଇଥିଲେ । ବରିଷ୍ଠ କଣ୍ଠଶିଳ୍ପୀ ଦୁଃଖିଶ୍ୟାମ ତ୍ରିପାଠିି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଜଗନ୍ନାଥଙ୍କ ଭଜନ ପରିବେଷଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଗୁରୁଶ୍ରୀ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କୁ ସପ୍ତକ ସମ୍ମାନ ଦିଆଯାଇଥିଲା । ବ୍ୟବସାୟୀ କିଶୋର ରଥ, ମଂଚ ପରିଚାଳକ ରାଜୀବ ଲୋଚନ ଆଚାର୍ଯ୍ୟ, କଳା ସଂଗଠକ ଜୟକୃଷ୍ଣ ମିଶ୍ର, ବିଶିଷ୍ଟ କଣ୍ଠଶିଳ୍ପୀ ବ୍ୟାସଦେବ ପୁରୋହିତଙ୍କୁ ସପ୍ତକ ସମ୍ମାନରେ ସମ୍ମାନିତ କରାଯାଇଥିଲା ଏବଂ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ମୁରଲୀ, ଅନିଲ, ଗଜାନନ । ଶେଷରେ ଶିବାନନ୍ଦ ତ୍ରିପାଠି ଧନ୍ୟବାଦ ଅର୍ପଣ କରିଥିଲେ ।