
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି ଡଭଲା ଗ୍ରାମ ଠାରେ ୪ ତମ ମା’ ମାହେଶ୍ୱରୀ ଦୁଇ ଦିନିଆ ରାତ୍ରି କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚକୁ ମୁଖ୍ୟ ଅତିଥି ଭାବରେ ଏନଏସି ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ଭୋଇ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଓଡିଶା କ୍ରିକେଟ ଏସୋସିଏସନର ପରିଚାଳକ ଜିତେନ୍ଦ୍ର ଥନାପତି, ଏନଏସିର ଉପାଧ୍ୟକ୍ଷା ତପସ୍ୱିନୀ ମେହେର, ୧ ନମ୍ୱର୍ ୱାର୍ଡର କାଉନସିଲର ପ୍ରତିନିଧି କଳାକାହ୍ନୁ ଦୀପ, ୨ ନମ୍ୱର୍ ୱାର୍ଡ କାଉନସିଲର ବୈରାଗୀ ପଧାନ, ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଶୁଭମ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ । ଏହି କ୍ରିକେଟ ମ୍ୟାଚର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଚାଷୀ ନେତା ତଥା ସମାଜସେବୀ ଭୀମସେନ ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଜେପିର ସକ୍ରିୟ ସଦସ୍ୟ ଭୁବନେଶ୍ୱର ପାତ୍ର, ପଶ୍ଚିମ ଓଡିଶାର ଜଣାଶୁଣା କୀର୍ତ୍ତକ କଳାକାର ପ୍ରାଣବନ୍ଧୁ ପାଢ଼ୀ, ଡଭଲା ଗ୍ରାମର ଯୁବକ ସଂଘ ସଭାପତି ଗୋପାଳ ଚନ୍ଦ୍ର ବାରିକ, ବିନିକା ଆଞ୍ଚଳିକ ସାମ୍ବାଦିକ ସଙ୍ଘ ସଭାପତି ସୃଜନ ପଣ୍ଡା, କ୍ରିକେଟ ପ୍ରେମୀ ସ୍ଵପ୍ନେଶ୍ଵର ନାଏକ ଯୋଗଦେଇ ଖେଳର ମଜା ନେବା ସହ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ ଦୀପପାଲୀ ଓ ଖାରି ମଧ୍ୟରେ ହୋଇଥିଲା ବେଳେ ଦୀପପାଲୀ ଦଳ ପ୍ରଥମେ ବ୍ୟାଟିଙ୍ଗ କରି ୭୯ ରନର ଟାର୍ଗେଟ ଦେଇଥିଲେ । ୭ ଓଭରରେ ୭୯ ରନ କରି ଫାଇନାଲରେ ଖାରି ଦଳ ବିଜୟୀ ହୋଇଥିଲା । ମ୍ୟାଚରେ ପ୍ରଭାତ ନାଏକ ଓ ଅବିନାଶ ନାୟକ ସ୍କୋରର ଭାବରେ ଦାଇତ୍ୱ ତୁଲାଇଥିଲେ । ଶଶାଙ୍କ ଶେଖର ଦାଶ ଓ ଭବାନୀ ଶଙ୍କର ଜଗଦଲା ମ୍ୟାଚରେ ଧାରା ବିବରଣୀ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଦୁଇ ଦିନିଆ ମା’ ମାହେଶ୍ୱରୀ ରାତ୍ରୀ କ୍ରିକେଟ ମ୍ୟାଚକୁ ସଫଳ କରିବା ପାଇଁ ଗ୍ରାମର ସମସ୍ତ ଯୁବଗୋଷ୍ଠୀ ପିଲାମାନେ ସହଯୋଗ କରିଥିଲେ । ରାତ୍ରୀ କାଳୀନ ମ୍ୟାଚକୁ ଉପଭୋଗ କରିବା ପାଇଁ ପ୍ରବଳ ଜନ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା ।