ଆଦର୍ଶ ପାଠାଗାରର ମହାବିଷୁବ ମିଳନ ଆସନ୍ତା ୧୪ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସର୍ବପୁରାତନ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ମହା ବିଷୁବ ସଂକ୍ରାନ୍ତି ପାଳନ ଆସନ୍ତା ୧୪ ତାରିଖ ଦିନ ସନ୍ଧ୍ୟା ସାଢ଼େ ଛଅ ଘଟିକା ସମୟରେ ସେକ୍ଟର ୭ ସ୍ଥିତ ପ୍ରଗତି ଉତ୍କଳ ସଂଘ ପରିସରରେ ଥିବା ମଧୁମଣ୍ଡପ ଠାରେ ପାଳନ କରାଯିବ । ଏନେଇ କୋଏଲ ନଗର ସ୍ଥିତ ଅବସରପ୍ରାପ୍ତ ଆର୍‌ଏସ୍‌ପି କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକରେ ପାଠାଗାରର ସଭାପତି ରାଧାକାନ୍ତ ମିଶ୍ର ଓ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ସୂଚନା ଦେଇ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଭାବେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ସବିତା ପ୍ରଧାନ ଯୋଗଦେଇ ଓଡ଼ିଆ ନବବର୍ଷ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିବେ । ଏହି ଅବସରରେ ଚଳିତ ବର୍ଷ ପ୍ରଫେସର ପ୍ରଧାନଙ୍କୁ ବିଷୁବ ସମ୍ମାନ ୨୦୨୬ରେ ସମ୍ମାନିତ କରାଯିବ । ସେହିପରି ଏକ ମନୋଜ୍ଞ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଯୋଗଦେବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଇଂ ଅଭୟ କୁମାର ଦାସ, ଚନ୍ଦ୍ରଶେଖର ଶତପଥୀ, ପର୍ଶୁରାମ ପଟ୍ଟନାୟକ, ପ୍ରଦୀପ୍ତ ପଟ୍ଟନାୟକ, ଟୁକୁଲା ପାଢ଼ୀ, ଡ. ଜୟନ୍ତୀ ପାଢ଼ୀ, ଅଟମ ରଥ, ଅମରେନ୍ଦ୍ର କୁମାର ପାଢ଼ୀ, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.