ରାଜ୍ୟରେ ଆଜି ୯୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୯୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୮ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧, ବାଲେଶ୍ୱରରୁ ୫, ବରଗଡ଼ରୁ ୧୪, ବଲାଙ୍ଗିରରୁ ୨, ବୌଦ୍ଧରୁ ୨, କଟକରୁ ୯, ଦେଓଗଡରୁ ୧, ଜଗତସିଂହପୁରରୁ ୧, ଯାଜପୁରରୁ ୩, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୪, କେଉଁଝରରୁ ୬, ଖୋର୍ଦ୍ଧାରୁ ୬, କୋରାପୁଟରୁ ୧, ମୟୂରଭଞ୍ଜରୁ ୨, ନୂଆପଡାରୁ ୨, ପୁରୀରୁ ୭, ରାୟଗଡାରୁ ୨, ସମ୍ବଲପୁରରୁ ୮, ସୋନପୁରରୁ ୧ ଓ ସୁନ୍ଦରଗଡ଼ରୁ ୧୧ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ୭୮୭ ଜଣ ଏକ୍‌ଟିଭ୍‌ କରୋନା ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି ।

jittmm
Leave A Reply

Your email address will not be published.