ଚାଷୀମାନଙ୍କ ପ୍ରତିବାଦ : ଧାନ ଗଦାଇଲେ ବ୍ଲକ ଅଫିସ ସମ୍ମୁଖରେ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ ବରଗଡ଼) : ଧାନ ସଂଗ୍ରହ ନହେବା, ଅନେକ ମାର୍କେଟ ୟାର୍ଡ ବନ୍ଦ ହେବା ପ୍ରତିବାଦରେ ବରଗଡ଼ ଜିଲ୍ଲା ଅମ୍ବାଭନା ବ୍ଲକ ଅଫିସ ସମ୍ମୁଖରେ ଚାଷୀମାନେ ଧାନ ବସ୍ତା ଜମା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସ୍ଥାନୀୟ ଲାଲ ବାହାଦୁର ଶାସ୍ତ୍ରୀ କୃଷକ ସଂଗଠନ ପକ୍ଷରୁ ଚାଷୀମାନେ ଏକତ୍ର ହୋଇ ପ୍ରତିବାଦ କରିଥିଲେ । ଧାନ କିଣା ବିକା ପ୍ରକ୍ରିୟା ଇତି ମଧ୍ୟରେ ତିନି ମାସ ବିତିଯାଇଥିଲେ ମଧ୍ୟ ଚାଷୀମାନଙ୍କ ସମସ୍ୟାର ସମାଧାନ ହୋଇପାରିନାହିଁ । ଅପରପକ୍ଷରେ ଚାଷୀଙ୍କ ଟୋକନ ଅବଧି ଶେଷ ହେବାକୁ ବସିଥିବା ବେଳେ ବ୍ଲକ ଅନ୍ତର୍ଗତ ବିଭିନ୍ନ ମାର୍କେଟ ୟାର୍ଡ ବନ୍ଦ କରିଦିଆଯାଇଥିବା ଚାଷୀମାନେ ଅଭିଯୋଗ କରିଥିଲେ । ଚାଷୀମାନଙ୍କ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ବ୍ଲକ ଏବଂ ତହସିଲ କାର୍ୟ୍ୟାଳୟ ଅଚଳ ହୋଇପଡିଥିଲା ।

Leave A Reply

Your email address will not be published.