ବରଗଡ, (ମୁନ୍ନା ସାହୁ) : ବରଗଡ଼ ସହରର ହାଟପଦା ଅଞ୍ଚଳରେ ପୁଣି ଭୁଜାଲି ଆକ୍ରମଣ ଘଟିଥିବାରୁ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ସ୍ଥିତି ଗୁରୁତର ରହି ଥିବାବେଳେ ସ୍ଥାନୀୟ ହସ୍ପିଟାଲ ଠାରୁ ବୁର୍ଲା ଭୀମସାର ରେଫର କରାଯାଇଛି । ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି । ଆକ୍ରମଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।
Next Post