ବାସନ୍ତୀ ପରିଷଦ ପକ୍ଷରୁ ୫୧ତମ ମା’ ବାସନ୍ତୀ ଦୁର୍ଗାପୂଜା ବେଶ୍ ଧୂମଧାମରେ ପାଳନ ନେଇ ସମସ୍ତ ପ୍ରସ୍ତୁତି ଶେଷ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବର୍ଷ ପରି ଚଳିତ ବର୍ଷ ସହରର ପ୍ରାଚୀନ ତଥା ପୁରାତନ ସାଂସ୍କୃତିକ ସଂଗଠନ ବାସନ୍ତୀ ପରିଷଦ ପକ୍ଷରୁ ୫୧ତମ ଶ୍ରୀ ଶ୍ରୀ ବାସନ୍ତୀକ ଦୁର୍ଗାପୂଜା ମହାସମାରୋହରେ ପାଳନ ହେବାକୁ ଯାଉଛି । ଆଜି ସଂଧ୍ୟାରେ ବିଲ୍ୱାଧିବାସ ସହ ଆସନ୍ତାକାଲି ମହାସପ୍ତମୀ ପୂଜା ଅବସରରେ ସକାଳୁ କଳସଯାତ୍ରା, ନବପତ୍ରିକା ସହ ଦେବୀ ମଣ୍ଡପରେ ଘଟ ପ୍ରବେଶ, ସକାଳ ୧୧ଟା ୩୦ ମିନିଟ୍‌ରେ ପୂଜା ଆରମ୍ଭ, ପ୍ରାଣ ପ୍ରତିଷ୍ଠା, ନ୍ୟାସ ଉପଚାର ପୂଜା, ଚଣ୍ଡୀପାଠ, ହୋମ ବଳିଦାନ ସହ ଆଳତି ଓ ପୁଷ୍ପାଞ୍ଜଳୀ ହେବ । ଗୁରୁବାର ଅଶୋକାଷ୍ଟମୀ ପ୍ରାତଃ ୮ଟା ପୂଜାରମ୍ଭ, ଚଣ୍ଡୀପାଠ, ହୋମ, ବଳିଦାନ, ଆରତି ଓ ପୁଷ୍ପାଞ୍ଜଳୀ, ସନ୍ଧିପୂଜା, ଦିବା ୧୧ ଘଟିକାରେ ପୂଜାରମ୍ଭ ହୋମ,ସନ୍ଧି ବଳିଦାନ, ପୁଷ୍ପାଞ୍ଜଳୀ ସହ ସଂଧ୍ୟାରେ ଆଳତି ଓ ପୁଷ୍ପାଞ୍ଜଳୀ । ଶୁକ୍ରବାର ରାମନବମୀ ସକାଳ ୮ଟାରୁ ପୃଜାରମ୍ଭ, ଚଣ୍ଡୀପାଠ, ହୋମ ବଳିଦାନ, ୧୨ଟା ୩୦ ଆଳତି ପୁଷ୍ପାଞ୍ଜଳୀ ସହ ସଂଧ୍ୟାରେ ଆଳତି । ଶନିବାର ଦଶହରା ସକାଳ ୮ଟା ୩୦ମିନିଟ୍ ପୂଜାରମ୍ଭ, ହୋମ ପୂର୍ଣ୍ଣାହୁତି, ପୂର୍ଣ୍ଣଆଳତି, ପୁଷ୍ପାଞ୍ଜଳୀ, ଦିବା ୧୧ଟା ୩୦ ମିନିଟ୍ ଦେବୀ ବନ୍ଦାପନା, ସିନ୍ଦୂର ଦାନ, ମନ୍ତ୍ରାତ୍ମକ ମୂଳ ବିସର୍ଜନ, ଅପରାଜିତା ପୂଜନ ଓ ବନ୍ଧନ ସହ ୨ଟାରେ ଘଟ ବିସର୍ଜନ ହେବ । ଅଷ୍ଟମୀ ଠାରୁ ଦଶହରା ପ୍ରତିଦିନ ସଂଧ୍ୟା ଆଠ ଘଟିକାରେ ପାଲାମଣ୍ଡପରେ କେନ୍ଦ୍ରାପଡ଼ାରୁ ଆସିଥିବା ପାଲା ଗାୟକ ସୁଶାନ୍ତ କୁମାର ମଲ୍ଲିକ ଓ ତାଙ୍କ ସାଥୀ ପାଲା ପରିବେଷଣ କରିବେ । ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସଂଧ୍ୟା ସମୟରେ ଭଜନ ପରିବେଷଣ କରାଯିବ ଯେଉଁଥିରେ ମୁଖ୍ୟ ଆକର୍ଷଣ ଭାବେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଭୁବନେଶ୍ୱରର ପ୍ରଶାନ୍ତ ପାଢ଼ୀ ଯୋଗ ଦେବେ । ଏହା ବ୍ୟତୀତ ରାଉରକେଲାର ପ୍ରତିଭାବାନ କଣ୍ଠଶିଳ୍ପୀମାନେ ମଞ୍ଚରେ ଭଜନ ପରିବେଷଣ କରିବେ । ଅପ୍ରେଲ ୧ରୁ ଅପ୍ରେଲ ୩ ତାରିଖ ପର୍ଯ୍ୟନ୍ତ ଉଭୟ କନିଷ୍ଠ ଓ ବରିଷ୍ଠ ତଥା ଗ୍ରୁପଙ୍କ ମଧ୍ୟରେ ଭକ୍ତି ସଙ୍ଗୀତ ଆଧାରିତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ରାଉରକେଲା ଓ ଏହାର ଆଖପାଖ ଅଞ୍ଚଳର ସମସ୍ତ ନୃତ୍ୟ କଳାକାରଙ୍କୂ ଭାଗ ନେବା ପାଇଁ ଆମନ୍ତ୍ରଣ କରାଯାଉଛି । ୫ ତାରିଖ ପୁରସ୍କାର ବିତରଣୀ ଉତ୍ସବ ପାଳନ ସହ ୬ ତାରିଖ ଦିନ ମା’ ମେଲାଣି ନେବେ । ପୂଜା ସହିତ ବାସନ୍ତୀ ପରିଷଦ ପକ୍ଷରୁ ମୀନା ବଜାର ମେଳାର ଆୟୋଜନ କରାଯାଇଛି । ଏଥିରେ ଡ୍ରାଗନ, ବ୍ରେକ ଡ୍ୟାନ୍ସ, ନୌକା ଓ ଜ୍ୟାଣ୍ଟ ହୁଇଲ୍ ଦୋଳି ସହ ଛୋଟ ପିଲାଙ୍କ ମିକି, ଜମ୍ପିଂ, ସ୍କୋର୍ପିଓ, ହେଲିକପ୍ଟର ଓ ଭୂତ ବଙ୍ଗଳା ରହିଛି । ପ୍ରଥମ କରି ମନୋରଞ୍ଜନ ନିମନ୍ତେ ଜଳପରୀ ବାସନ୍ତୀ ପଡିଆରେ ଲାଗିବ । ଏଥି ସହ ଛତିଶଗଡ଼ର କ୍ରାଫ୍ଟ ବଜାର ଅନ୍ୟତମ ଆକର୍ଷଣ ହେବ । ଆଜି ବାସନ୍ତୀ ପରିଷଦ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ପରିଷଦର ସଭାପତି ରାମଚନ୍ଦ୍ର ଗୌଡ, ସାଧାରଣ ସମ୍ପାଦକ ଅକ୍ଷୟ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ମଧ୍ୟରେ ଉପଦେଷ୍ଟା ଅନିରୁଦ୍ଧ ବିଶ୍ୱାଳ, ସତ୍ୟବାନ ରାଉତ, ଉପସଭାପତି କାର୍ତ୍ତିକ ଖଣ୍ଡୁଆଳ, କୋଷାଧ୍ୟକ୍ଷ ପ୍ରହ୍ଲାଦ ଚନ୍ଦ୍ର ନାୟକ ଓ ସଂଯୋଜକ ସଞ୍ଜୀବ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇଶ୍ଵର ଚନ୍ଦ୍ର ଟୁଡୁ, ନିରଞ୍ଜନ ଖଣ୍ଡାୟତ ରାୟ, ହୃଷିକେଶ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.