ବରଗଡ, (ମୁନ୍ନା ସାହୁ) : ଜବର ଦଖଲ ଉଚ୍ଛେଦକୁ କଲେ ବିରୋଧ ୱାର୍ଡ ନମ୍ବର ୧୪ ବାସିନ୍ଦା । ବରଗଡ଼ ସହରର କେନାଲ ଡ଼ିହି ଅଞ୍ଚଳରେ ଥିବା ଜବର ଦଖଲ ଉଚ୍ଛେଦକୁ ବିରୋଧ କରିଛନ୍ତି ପଡାବାସୀ । ଥଇଥାନ ପରେ ଉଚ୍ଛେଦ କରିବାକୁ ଦାବି କଲେ ପଡବାସୀ । ଦୀର୍ଘ ବର୍ଷ ଧରି କେନାଲ ଡ଼ିହିରେ ପ୍ରାୟ ୫୦୦ ପରିବାର ରହିଆସୁଥିବା ବେଳେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପାଇଁ ସମସ୍ତଙ୍କୁ ସୂଚନା ଦିଆଯାଇଛି । ଏନେଇ ସୋମବାର ପୋଲିସ ପ୍ରଶାସନ ଉପସ୍ଥିତିରେ ଜେସିବି ଦ୍ୱାରା ଉଚ୍ଛେଦ କରିବା ପାଇଁ ଯାଉଥିବା ସମୟରେ ପଡାବାସୀ ରାସ୍ତାରେ ବିରୋଧ କରିବା ସହ ଜେସିବି ଗାଡିକୁ ପଡାକୁ ପ୍ରବେଶ କରି ଦେଇ ନ ଥିଲେ । ଏନେଇ ରାସ୍ତାରେ ପଡାବାସୀ ବସି ଏହି ଉଚ୍ଛେଦକୁ ବିରୋଧ କରିବା ସହ ପ୍ରଥମେ ଥଇଥାନ ତା ପରେ ଉଚ୍ଛେଦ ପାଇଁ ଦାବି କରିଛନ୍ତି ।
Prev Post