ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ସ୍ୱାଗତ ସମାରୋହ ଓ ଗ୍ରାଜୁଏସନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ସ୍ୱାଗତ ସମାରୋହ ଓ ଗ୍ରାଜୁଏସନ ଦିବସ ପାଳିତ ହୋଇଯାଇଛି । ଏଥିରେ ସ୍କୁଲ ପରିଚାଳନା କମିଟିର ଚେୟାରପର୍ସନ ଡ଼. ମିନାକ୍ଷୀ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଓ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ବିବେକାନନ୍ଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସ୍କୁଲର ପ୍ରିନସିପାଲ ଜଳଧର ମହାପାତ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ ପୂର୍ବକ ଛାତ୍ରଛାତ୍ରୀମାନେ ନିଷ୍ଠା ଓ ଶୃଙ୍ଖଳାର ସହ ଅଧ୍ୟୟନ କରିବାକୁ ଆହ୍ୱାନ କରିଥିଲେ । ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ପିଲାମାନଙ୍କ ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ । ଶିଶୁ ଅବସ୍ଥାରୁ ଜ୍ଞାନ ଅହରଣକୁ ବ୍ରତ ଭାବେ ଗ୍ରହଣ କରିବା ସହ ସମୟାନୁବର୍ତ୍ତିତ, ସଂସ୍କୃତି ସମ୍ପର୍ଣ୍ଣ ହେଲେ ଜୀବନରେ ସଫଳତା ଲାଭ କରିପାରିବେ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ଛାତ୍ରୀ ଅନୁସୟା ବାରିକ ଓ ଛାତ୍ର ଆୟୁଷ ସୁନ୍ଦର ଭାବେ ସଂଯୋଜନା କରିଥିଲେ । ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରାଇମେରୀ ସ୍ତରର ବିଭିନ୍ନ ଶ୍ରେଣୀରୁ ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପ୍ରମାଣପତ୍ର ପ୍ରଦାନ କରିଥିଲେ । ନୂତନ କରି ନାମ ଲେଖାଇଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ସ୍କୁଲ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନେ ଚିତାକର୍ଷକ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ଶିକ୍ଷୟିତ୍ରୀ ଶିଳ୍ପା ସାମଲ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବହୁ ଅଭିଭାବକ ଯୋଗ ଦେଇଥିଲେ ।

Leave A Reply

Your email address will not be published.