ସମ୍ବଲପୁର, (କେପିଏନ୍ଏସ୍) : ଜି.ପି.ଆର୍ କଲେଜ, କୁନ୍ତରା, ଜିଲ୍ଲା ସମ୍ବଲପୁର ଠାରେ ରାଜନୀତି ବିଜ୍ଞାନ ବିଭାଗ ତରଫରୁ “ଓଡ଼ିଶାରେ ଲୋକ ପ୍ରଶାସନର ଭୂମିକା” ବିଷୟବସ୍ତୁ ଉପରେ ଏକ ପାଠଚକ୍ର ତା. ୨୩-୦୩-୨୦୨୬ରେ ଅନୁଷ୍ଠିତ ହୋଇଯାଇଛି । ଅଧକ୍ଷ ଡ. ରଂଜନ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଓ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଯୋଗେନ୍ଦ୍ର ମୁଦୁଲିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୁକ୍ତତିନି ତୃତୀୟ ବାର୍ଷିକ ଛାତ୍ରୀ ରୀନା ଓରାମ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରଫେସର ଡ଼. ସିଂ ଶୁଭଲକ୍ଷ୍ମୀ ବାଇଧର, ମୁଖ୍ୟବକ୍ତା ଭାବେ ବଣେଇଗଡ ମହାବିଦ୍ୟାଳୟର ଅଧ୍ୟାପକ ବରୁଣ କରକେରିଆ ଓ ରିସୋର୍ସପର୍ସନ ଭାବରେ କରଞ୍ଜିଆ ସ୍ୱୟଂଶାସିତ ମହାବିଦ୍ୟାଳୟ, ମୟୂରଭଞ୍ଜର ଅଧ୍ୟାପକ ସିପୁନ କୁମାର ଦାଶ ଯୋଗଦେଇଥିଲେ । ଅଧ୍ୟାପକ ତୁଲାରାମ ଦଣ୍ଡସେନା ଓ ଅଧ୍ୟାପିକା ପୂଜା ବନଛୋର ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିବା ବେଳେ ଛାତ୍ରୀ ଇତି ସୁରିଆ, ରୀନା ଓରାମ, ଲକ୍ଷ୍ମୀ ଓରାମ, ସରିତା ଟୋପ୍ପୋ, ସଞ୍ଜୁ କେରକେଟା ଓ ଛାତ୍ର ଶୁଭମ ଧୁରିଆ ନିଜ ନିଜର ସନ୍ଦର୍ଭ ପାଠ କରିଥିଲେ । ଅଧ୍ୟାପକ ରୁଦ୍ରଦତ୍ତ ପଟେଲ, ଟିକେଲାଲ ମେହେର, ତରୁଣ କୁମାର ପୃଷେଠ, ଶିବଶଙ୍କର ମଲ୍ଲିକ, ରାଜେଶ ମାକର, ଅଧ୍ୟାପିକା ଦୀପିକା ବେହେରା, ବର୍ଷା ମୁଦୁଲି ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ଛାତ୍ର ବୈଷ୍ଣବ ସୁରିଆ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post
Next Post