ଆକ୍ସନ ମୋଡ଼ରେ ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆକ୍ସନ ମୋଡ଼ରେ ବଲାଙ୍ଗିର ପୋଲିସ । ବେପାରୁଆ ଗାଡ଼ି ଚାଳକଙ୍କୁ ପାନେ ଦେବା ପାଇଁ ଏବେ ଜାଗା ଜାଗାରେ ପୋଲିସର ଚେକିଂ । ସହରର ବିଭିନ୍ନ ଛକ ଓ ଏଣ୍ଟ୍ରି ପଏଣ୍ଟ ବଲାଙ୍ଗିର ପୋଲିସ ଛକି ବସି ଏବେ କଡ଼ାକଡ଼ି ଚେକିଂ ଆରମ୍ଭ କରିଛି । ବେପାରୁଆ ଗାଡ଼ି ଚାଲାଣ, ଡ଼୍ରଙ୍କ ଆଣ୍ଡ ଡ଼୍ରାଇଭ, ଟ୍ରାଫିକ ନିୟମ ଉଲ୍ଲଘଂନ କରୁଥିବା ଆମାନିଆ ଗାଡ଼ି ଚାଳକଙ୍କ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେବା ସହ ସାବାଡ଼ କରିବା ପାଇଁ ବଲାଙ୍ଗିର ପୋଲିସ ଏହି ଚେକିଂ ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.