ଗୁଡଭେଲା ବ୍ଲକରେ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକର ୮୧ଟି ପରୀକ୍ଷା କେନ୍ଦ୍ରରେ ଦ୍ୱିତୀୟ ପର୍ଯ୍ୟାୟ ନବଭାରତ ସାକ୍ଷରତା ଅଭିଯାନ ‘ଉଲ୍ଲାସ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୨୪୮୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ଆଜି ଦ୍ୱିତୀୟ ପର୍ୟ୍ୟାୟରେ ସମୁଦାୟ ୮୧୯ ଜଣ ପରୀକ୍ଷାର୍ଥୀ ଭାଗ ନେଇଥିଲେ । ବିଇଓ ନମିତା ରାଣୀ ଭୋଇ, ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ଓ ବିପିନ ବାଗ ଏବଂ ସିଆର୍‌ସିସି ପ୍ରହଲ୍ଲାଦ ଦଣ୍ଡସେନା, ଜଗମୋହନ ତ୍ରିପାଠୀ, ଷଡାନନ ପ୍ରଧାନୀ, କାର୍ତ୍ତିକ ହରପାଲ, ପୂର୍ଣ୍ଣଚନ୍ଦ୍ର ଭୋଇ, ସୁଧାଂଶୁ ପୁଟା, ଟଙ୍କଧର ସା, ରମେଶ ଚନ୍ଦ୍ର ଭୋଇ ତଥା ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପର୍ଯ୍ୟବେକ୍ଷକ ଦାୟିତ୍ଵ ତୁଳାଇଥିଲେ ।

Leave A Reply

Your email address will not be published.