ଆଦିତ୍ରୀ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ବଲାଙ୍ଗିର ନର୍ସିଂ ସ୍କୁଲର ତୃତୀୟ ଶପଥ ଗ୍ରହଣ ଉତ୍ସବ

  • ବି.ଏସ୍‌.ସି. ନର୍ସିଂ ଓ ଜି.ଏନ୍‌.ଏମ୍‌ ୪୯ ଜଣ ଛାତ୍ର ଛାତ୍ରୀ ଶପଥ ନେଲେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ସ୍ଥିତ ଆଦିତ୍ରୀ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ସୁଦପଡା ଟାରେ ଶପଥ ଗ୍ରହଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବି.ଏସ୍‌.ସି. ନର୍ସିଂ ୯ ଓ ଜି.ଏନ୍‌.ଏମ୍‌ ୪୯ ଜଣ ଛାତ୍ରଛାତ୍ରୀ ଶପଥ ନେଇଛନ୍ତି । ଆଦିତ୍ରୀ ନର୍ସିଂ ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରଭାକର ମିଶ୍ରଙ୍କ ସଭାପତିତ୍ୱ ଓ ନିର୍ଦ୍ଦେଶିକା ମୋନାଲିସା ଯୋଷୀଙ୍କ ସଂଯୋଜନାରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପୁଷ୍ପାଞ୍ଜଳି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଦର୍ଶ ସେବିକା ଓ ନିଷ୍ଠାପର ଭାବେ ସେବା କରିବାକୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ସରକାରୀ ଏ.ଏନ୍‌.ଏମ୍‌ ଟ୍ରେନିଂ ସେଣ୍ଟର ଅଧ୍ୟକ୍ଷ ବିନୋଦିନୀ ଦାଶ, ଉପଦେଷ୍ଟା ଡା. ସିଦ୍ଧେଶ୍ଵର ମିଶ୍ର ଓ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର ଯୋଗ ଦେଇ ତ୍ୟାଗପୂତ ସେବା ପାଇଁ ପ୍ରେରଣା ଦେଇଥିଲେ । ସରକାରୀ ଏ.ଏମ୍‌.ଏମ୍‌ ଟ୍ରେନିଂ ସେଣ୍ଟର ଟ୍ୟୁଟରଗଣ ବିଶ୍ୱ ବନ୍ଦିତା ମାହୁନ୍ତ, ସନ୍ତୋଷିନୀ ସ୍ୱାଇଁ, ଅଞ୍ଜଳୀ ବାରିକ, ଅନିତା ନାଏକ ଓ ମଞ୍ଜୁ ସେଠ ଅତିଥି ଭାବେ ଯୋଗ ଦେଇ ସମୟୋପଯୋଗୀ ନର୍ସିଂ ସେବା ପାଇଁ ଉତ୍ସାହିତ କରିଥିଲେ । ଉପାଧ୍ୟକ୍ଷା ପୂଜାରାଣୀ କୁଅଁର ଅଧ୍ୟାପକ ବୃନ୍ଦ ବଂଶୀଧର ଦାଶ, ଅନିଷା ହୋତା, ଅସିତ ଜେନା, ସୁଜାତା ମିର୍ଦ୍ଧା ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଅନୁଷ୍ଠାନର ପରିଚାଳନା ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।

Leave A Reply

Your email address will not be published.