ବଲାଙ୍ଗିର, (କେପିଏନ୍ଏସ୍) : ସ୍ୱାଭିମାନ ପରିବାର ଦ୍ୱାରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଗଲପୁର ଠାରେ ସ୍ୱାସ୍ଥ୍ୟସେବା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ୩୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଆଗଲପୁର ଥାନା ଅଧିକାରୀ ଶ୍ରୀମତୀ ଅନିତା ନାୟକ ଓ ଆଗଲପୁର ସିଏଚ୍ସି ଇନ୍ଚାର୍ଜ ଡ଼. ଧିରେନ୍ଦ୍ର କୁମାର ମେହେର ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ରମାକାନ୍ତ ମେହେର, ତାରାକାନ୍ତ ମିଶ୍ର ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଶିବିରରେ ବଲାଙ୍ଗିର ରକ୍ତ ଭଣ୍ଡାରର ଶେଖ ଅଶ୍ରଫ, ଅଭିଷେକ ବେହେରା, ଲକ୍ଷ୍ମୀକାନ୍ତ ସାହୁ, ଅଶୋକ ଧଳ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ରକ୍ତଦାନ ଶିବିରରକୁ ସଫଳ କରିବାରେ ସ୍ୱାଭିମାନ ପରିବାରର କାର୍ଯ୍ୟକାରୀ ସଭାପତି ଜ୍ୟୋତି ରଞ୍ଜନ ପଟେଲ, ଦେବାଶିଷ ସାହୁ, ପ୍ରଦୀପ କୁମାର ତ୍ରିପାଠୀ, ସୌରଭ ବିଶ୍ୱାଳ, ସୁଶାନ୍ତ ଧରୁଆ, ଯୋଗେଶ ସାହୁ, ଆଶିଷ ଶତପଥି ସୁରେନ୍ଦ୍ର ଠାକୁର, ମାନସ ସାହୁ, ଗୋପବନ୍ଧୁ ପଧାନ, ରଂଜିତ ପଧାନ, ନୀଳକଣ୍ଠ ଖମାରୀ, ଲିଙ୍ଗରାଜ ପଧାନ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ପରିଶେଷରେ ସମସ୍ତ ରକ୍ତଦାତା ମାନଙ୍କୁ ସଂଜୀବ ସାହୁ ଧନ୍ୟବାଦ ଜଣାଇଥିଲେ ।