ଆକାଶବାଣୀ ଶ୍ରୋତା ସଂଘ ବରଗଡ଼ ଦ୍ଵାରା ବିରଞ୍ଚି ଦାଶ ସମ୍ବର୍ଦ୍ଧିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଆକାଶବାଣୀ ଶ୍ରୋତା ସଂଘ ବରଗଡ଼ର ୩୨ତମ ବାର୍ଷିକ ରାଜ୍ୟ ସ୍ତରୀୟ ଶ୍ରୋତା ସମ୍ମିଳନୀ ବରଗଡ଼ସ୍ଥିତ ସାମ୍ବାଦିକ ଭବନ ଠାରେ ପାଳିତ ହୋଇଥିଲା । ସଭାପତି ଜଗନ୍ନାଥ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ସନ୍ତୋଷ ପିଙ୍ଗ ଆକାଶବାଣୀ ସମ୍ବଲପୁର, ସମ୍ମାନିତ ଅତିଥି ବିରୁପାକ୍ଷ ପଧାନ, କୈବର୍ତ୍ତ ସାହୁ ଯୋଗ ଦେଇଥିଲେ । କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ପ୍ରଧାନ ସ୍ୱାଗତ ଅଭିଭାଷଣ ଓ ସୂର୍ଯ୍ୟ କୁମାର ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ । ବର୍ତ୍ତମାନର ଡିଜିଟାଲ ଯୁଗରେ ରେଡିଓର ଚାହିଦା କମି କମି ଯାଉଥିବାବେଳେ ଶ୍ରୋତା ସଂଘର କାର୍ଯ୍ୟକ୍ରମକୁ ଅତିଥିମାନେ ଭୁରିଭୁରି ପ୍ରଶଂସା କରିଥିଲେ । କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ଦ୍ୱାରା ପ୍ରଦତ୍ତ ଅତାବିରା ଅଞ୍ଚଳର ଜଣାଶୁଣା ସମାଜସେବୀ ସ୍ୱର୍ଗତ ବିପିନ ବିହାରୀ ପ୍ରଧାନଙ୍କ ସ୍ମୃତି ସମ୍ମାନ କଣ୍ଟାବାଞ୍ଜି ଅଞ୍ଚଳର ସମାଜସେବୀ ବିରଞ୍ଚି ନାରାୟଣ ଦାଶଙ୍କୁ ପ୍ରଦାନ କରାଯାଇଥିଲା । ଏହି ସମ୍ମିଳନୀରେ ସମାଜସେବୀ ବିରଞ୍ଚି ଖର୍ସେଲ, ଡ. ତପସ୍ୱିନୀ ଗୁରୁ, ଗୋପୀନାଥ ଦଣ୍ଡସେନା, କେଶ ରଞ୍ଜନ ପ୍ରଧାନ, ସଂଘମିତ୍ରା ପଟେଲ ସମେତ ଶତାଧିକ ରେଡିଓ ପ୍ରେମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.