ଆସିଲା ମାଟ୍ରିକ ପରୀକ୍ଷା ସୂଚୀ

ଭୁବନେଶ୍ୱର : ମେ’ ୩ରୁ ମେ’ ୧୫ ପର୍ୟ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ବୋର୍ଡ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିବା ବେଳେ ଆଜି କେଉଁ ଦିନ କେଉଁ ବିଷୟରେ ପରୀକ୍ଷା ହେବ ସେନେଇ ସୂଚନା ଦିଆଯାଇଛି । ମେ’- ୩ : ପ୍ରଥମ ଭାଷା – ଓଡ଼ିଆ, ମେ’- ୫ : ଦ୍ୱିତୀୟ ଭାଷା – ଇଂରାଜୀ, ମେ’ ୭ : ତୃତୀୟ ଭାଷା – ହିନ୍ଦୀ, ମେ’ ୮ : ତୃତୀୟ ଭାଷା – ସଂସ୍କୃତ, ମେ’ ୧୦ : ଗଣିତ, ମେ’ ୧୨ : ବିଜ୍ଞାନ ଏବଂ ମେ’ ୧୫ : ସାମାଜିକ ବିଜ୍ଞାନ ପରୀକ୍ଷା ହେବ । ପ୍ରତିଦିନ ସକାଳ ୮ରୁ ୧୦ ଯାଏଁ ପରୀକ୍ଷା ହେବ । ତେବେ ଗଣିତ ପରୀକ୍ଷା ଦିନ ଅଧିକ ୧୫ ମିନିଟ ସମୟ ମିଳିବ ।

Leave A Reply

Your email address will not be published.