ପ୍ରଗତି ଉତ୍କଳ ସଂଘରେ ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଗତି ଉତ୍କଳ ସଂଘ ଓ ଓଡ଼ିଆ ଭାଷା ବିକାଶ ମଞ୍ଚର ମିଳିତ ଆନୁକୂଲ୍ୟରେ ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସ ସଂଘ ପରିସରରେ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ସଂଘର ଉପସଭାପତି ଡ. ପ୍ରଭାତ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଡ. ନଗେନ କୁମାର ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶାସ୍ତ୍ରୀୟ ଭାଷା ଦିବସ ପାଳିତ ସମ୍ପର୍କରେ ଆଲୋଚନା କରିଥଲେ । ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ, କଥିତ ଓଡ଼ିଆ ଓ ଲିଖିତ ଓଡ଼ିଆ ମଧ୍ୟରେ ପାର୍ଥକ୍ୟ ରହିଛି । ଭାଷାର ଅସ୍ମିତାବୋଧ ଭାଷା ମାଧ୍ୟମରେ ହୋଇଥାଏ । ସଭାପତି ଡ. ମଲ୍ଲିକ ତାଙ୍କର ସଭାପତିତ୍ୱ ଅଭିଭାଷଣରେ ଓଡ଼ିଆ ଭାଷାକୁ ବ୍ୟକ୍ତିଗତ, ପ୍ରଶାସନିକ ଓ ଅନୁଷ୍ଠାନ ମାନଙ୍କରେ ବ୍ୟବହାର, ଏପରିକି ଛୋଟ ଛୋଟ କଥାରେ ଓଡ଼ିଆ ଭାଷାର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ । ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଉପରେ ପ୍ରାକ୍ ସୂଚନା ଦେବା ସହ କହିଲେ ୨୦୧୪ରୁ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ସହ ଏହାର ଐତିହ୍ୟ ଓ ସଂଘର୍ଷମୟ ଇତିହାସ ଉପରେ ପ୍ରାମାଣିକ ତଥ୍ୟ ପ୍ରଦାନ କରିଥିଲେ । ସାଂସ୍କୃତିକ ସମ୍ପାଦକ ଇଂ. ଅଶୋକ କୁମାର ପଟ୍ଟନାୟକ ସଭା ପରିଚାଳନା କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ କବି ରଶ୍ମି ସାହୁ ଓ ଗୀତାରାଣୀ ବେହେରାଙ୍କ କବିତା ସଂଯୋଜନାରେ କବି ଡ. କୃପାସିନ୍ଧୁ ନାୟକ, ସୁନୀଲ କୁମାର ଦାଶ, ପରେଶ ବିଶ୍ଵାଳ, ପ୍ରତାପ କୁମାର ପଣ୍ଡା, ସତ୍ୟ ନାରାୟଣ ଦାଶ, କାଶୀନାଥ ପାତ୍ର, ଗଦାଧର ରଥ, ଧନଞ୍ଜୟ ମଲ୍ଲିକ, ଅଶୋକ କୁମାର ପଟ୍ଟନାୟକ, ବିନତା ମହାନ୍ତ, ଚାରୁଲତା ପ୍ରଧାନ, ଅର୍ଚ୍ଚନା ପାତ୍ର, ରଶ୍ମି ସାହୁ ଓ ଗୀତାରାଣୀ ବେହେରା କବିତା ପାଠ କରିଥିଲେ । ସାଧାରଣ ସମ୍ପାଦକ ରାଧା ମୋହନ ନାୟକ, ଘନଶ୍ୟାମ ଧଳ, ଅକ୍ଷୟ କୁମାର ସାମଲ, ବରୁଣ ନାହାକ, ଶାନ୍ତନୁ କୁମାର ମହାନ୍ତି, ଧରଣୀଧର ସାମଲ, ନାରାୟଣ ଚନ୍ଦ୍ର ମହାନ୍ତ, ଦିବାକର ଦାସ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ସୁବାସ ମହାପାତ୍ର, ଇନ୍ଦ୍ରମଣି ମହାପାତ୍ର, ବାସୁଦେବ ସାହୁ, କୈଳାଶ ଚନ୍ଦ୍ର ମହାଲି, ଦେବେନ୍ଦ୍ରନାଥ ଆଚାର୍ଯ୍ୟ ଓ ଦିଲ୍ଲୀପ କୁମାର ମହାନ୍ତ ସଭା କାର୍ଯ୍ୟକୁ ସଫଳ କରିବାରେ ସହାୟତା କରିଥିଲେ ।

Leave A Reply

Your email address will not be published.