ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣରେ ସୃଷ୍ଟି ଓ ସ୍ରଷ୍ଟା ଆଧ୍ୟାତ୍ମିକ ସାହିତ୍ୟ ମହୋତ୍ସବ -୨୦୨୬ ଆଧ୍ୟାତ୍ମିକ ସାହିତ୍ୟ ପତ୍ରିକା ହରିହର ମିଳନ ଉନ୍ମୋଚନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ହରିରାଜପୁର ଆଧ୍ୟାତ୍ମିକ ଓ ଭାଷାର ସମନ୍ୱୟରେ ସାହିତ୍ୟ ସୃଷ୍ଟି ହୋଇଥାଏ । ଏହାକୁ ଆଧାର କରି ସାହିତ୍ୟିକମାନେ ଉତ୍ସବ ତଥା ମହୋତ୍ସବ କରିଥାନ୍ତି । ସେହି ମହୋତ୍ସବ ସାହିତ୍ୟିକ, ସମାଜସେବୀ ଓ ବୁଦ୍ଧିଜୀବୀ ମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିଥାଏ ବୋଲି ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ କଳା ସଂସ୍କୃତି ବିକାଶ ଟ୍ରଷ୍ଟ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ (ଓଡ଼ିଶା ସରକାର) ଓ ଓଡ଼ିଆ ସାଂସ୍କୃତିକ ସଂଗଠନ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ମହୋତ୍ସବ -୨୦୨୬ର ତୃତୀୟ ଦିବସରେ ସୃଷ୍ଟି ଓ ସ୍ରଷ୍ଟା ଆଧ୍ୟାତ୍ମିକ ସାହିତ୍ୟ ମହୋତ୍ସବ ୨୦୨୬ ଆୟୋଜିତ କରିବା ସହ ପଞ୍ଚୁଦୋଳ ବିଶେଷାଙ୍କ ହରିହର ମିଳନ ଆଧ୍ୟାତ୍ମିକ ସାହିତ୍ୟ ପତ୍ରିକା ଅତିଥି ମାନଙ୍କ ଗହଣରେ ଉନ୍ମୋଚନ ହୋଇଯାଇଛି । ଆୟୋଜିତ ଏହି ଆଧ୍ୟାତ୍ମିକ ମହୋତ୍ସବକୁ ମୁଖ୍ୟ ଅତିଥି ଶ୍ରୀଜଗନ୍ନାଥ ସଂସ୍କୃତି ବିଶାରଦ ପ୍ରବଚକ ଡକ୍ଟର ଚନ୍ଦ୍ରଶେଖର ଦାସ, ମୁଖ୍ୟବକ୍ତା ଡକ୍ଟର ଆମ୍ବରୀଶ ଶତପଥୀ ଓ ବରେଣ୍ୟ ଅତିଥି ଭାବେ ବିଶିଷ୍ଟ ଗୀତିକାର ଲକ୍ଷ୍ମୀନାରାୟଣ ମହାନ୍ତି, ପୂର୍ବତନ ସରପଞ୍ଚ ବିଶିଷ୍ଟ ସମାଜସେବୀ ପ୍ରସନ୍ନ କୁମାର ମହାରଥୀ, ସୁସାହିତ୍ୟିକ ମାନସ ରଞ୍ଜନ ପଟ୍ଟନାୟକ, ସୁସାହିତ୍ୟିକା ଶ୍ରୀମତୀ ଗୀତାଞ୍ଜଳି ମହାପାତ୍ର, ସାମ୍ବାଦିକ ତଥା ସମାଜସେବୀ ଦିଲ୍ଲୀପ କୁମାର ଧାଉଡ଼ିଆ ଓଡ଼ିଆ ସାଂସ୍କୃତିକ ସଂଗଠନର ସଭାପତି ଦୀପକ ରଞ୍ଜନ ମହାରଥୀ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହ ସମ୍ପାଦକ ବିଶ୍ୱ ରଞ୍ଜନ ମହାନ୍ତି ଅତିଥି ମାନଙ୍କୁ ଶ୍ରୀଜଗନ୍ନାଥ ପଟ୍ଟଚିତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଆଧ୍ୟାତ୍ମିକ ସାହିତ୍ୟ କଳା ସଂସ୍କୃତି ବିକାଶ ଦିଗରେ ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଆଧ୍ୟାତ୍ମିକ ସାହିତ୍ୟ ମହୋତ୍ସବର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ସଭାପତି ଅଲେଖ ଚରଣ ରାଉତଙ୍କ ସଭାପତିତ୍ୱରେ ଏହି ଆଧ୍ୟାତ୍ମିକ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ କଳା ସଂସ୍କୃତି ବିକାଶ ଟ୍ରଷ୍ଟର ଆଧ୍ୟାତ୍ମିକ ସାହିତ୍ୟ ପତ୍ରିକା ହରିହର ମିଳନକୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ଅନୁଷ୍ଠାନର ଯୁଗ୍ମ ସମ୍ପାଦିକା ଶ୍ରୀମତୀ ସୁସ୍ମିତା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । ସୌଦାମିନୀ ସାମନ୍ତରାୟ, ଗୀତାଞ୍ଜଳି ମହାନ୍ତି, ସନ୍ଧ୍ୟାରାଣୀ ପୃଷ୍ଟି କବିତା ସଂଯୋଜନା କରିଥିଲେ । ଏହି ଆଧ୍ୟାତ୍ମିକ କବିତା ପାଠୋତ୍ସବରେ ୧୫୦ରୁ ଉର୍ଦ୍ଧ୍ୱ କବି କବୟିତ୍ରୀ ମାନେ ଯୋଗ ଦେଇ କବିତା ପାଠ କରିଥିଲେ । ଏହି ମହୋତ୍ସବରେ ସମାଜସେବୀ ପ୍ରସନ୍ନ କୁମାର ମହାରଥୀ, ସାମ୍ବାଦିକତାରେ ଲୋହିତ ନାରାୟଣ ମହାପାତ୍ର, ସଂଗ୍ରାମ ହୋତା, ଶିକ୍ଷକତାରେ ପ୍ରଦୀପ୍ତ କୁମାର ପଟ୍ଟନାୟକ ଓ ଅଭୟ ଚରଣ ପଟ୍ଟନାୟକ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ ହୋଇଥଲେ । ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ମାଆ ସନ୍ତୋଷୀ ଭଜନ ମଞ୍ଚ ତରଫରୁ ଭଜନ ସନ୍ଧ୍ୟା ପରିବେଷଣ କରିଥିଲେ । ପରିଶେଷରେ ଅନୁଷ୍ଠାନର ସମ୍ପାଦକ ବିଶ୍ୱ ରଞ୍ଜନ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ । ଓଡ଼ିଆ ସଂଗଠନର ସମସ୍ତ କାର୍ଯ୍ୟକର୍ତ୍ତାମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.