ବରଗଡ, ( ମୁନ୍ନା ସାହୁ) : ପଶ୍ଚିମ ଓଡିଶାର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟରେ ଗର୍ଜିଲା କୋଶଲ ସେନା । ମଙ୍ଗଳବାର ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ବରଗଡ଼ ଜିଲ୍ଲାପାଳ ଗେଟରେ ପୋଲିସ ଓ କୋଶଲ ସେନାର କର୍ମୀ ମୁହାଁମୁହିଁ ହେବା ପରେ ଗେଟ ଭିତରକୁ ପ୍ରବେଶ କରିଥିଲେ । ତେବେ ପଶ୍ଚିମ ଓଡିଶାକୁ ନିଶା ମୁକ୍ତ କରିବା, ଚାଷୀ ସମସ୍ୟାର ସମାଧାନ, ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ୯ ଟି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଉତ୍କଳ ବିଶ୍ୱ ବିଦ୍ୟାଳୟ ୬ ଟି ପଦକ ପାଇ ଚମ୍ପିୟାନ ଟ୍ରଫି ପାଇଥିବା ଘଟଣାକୁ ନେଇ ଗର୍ଜିଥିଲେ କୋଶଲ ସେନାର କର୍ମୀମାନେ ତେବେ ଏହି ସବୁ ଦାବି ଗୁଡିକ ଉପରେ ସରକାର ଧ୍ୟାନ ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନ ଭୟାଭୟ ହେବ ବୋଲି ଚେତାବନୀ ଦିଆଯାଇଛି ।