ବରଗଡ, (ମୁନ୍ନା ସାହୁ) : ବରଗଡ଼ ଉମା ଟୋକିଜ ସାଇଡ ରାସ୍ତା ଦୋରା ବନ୍ଧ ରାସ୍ତାରେ ନିଶା ବେପାରୀଙ୍କ ଆଡ୍ଡା ଉପରେ ଚାଲିଲା ପ୍ରଶାସନର ବୁଲଡୋଜର୍ । ମଙ୍ଗଳବାର ସନ୍ଧ୍ୟା ୫. ୩୦ ଘଣ୍ଟା ସମୟରେ ବରଗଡ଼ ପ୍ରଶାସନ ଓ ପୋଲିସ ବିଭାଗର ଉପସ୍ଥିତିରେ ନିଶା ଅଡ୍ଡାସ୍ଥଳୀ ଉପରେ ବୁଲଡୋଜର ଚଲାଯାଇଛି । ବରଗଡ଼ ସହରରେ ଦିନକୁ ଦିନ ନିଶାକାରବାର ବୃଦ୍ଧି ପାଉଥିବା ବେଳେ ନିଶା ଆଡ୍ଡାସ୍ଥଳୀ ଉପରେ ପ୍ରଶାସନ ବୁଲଡୋଜର ଚଲାଇଛି । ବରଗଡ଼ ଆର. ଆଇ ଓ ପୋଲିସ ପ୍ରଶାସନର ଉପସ୍ଥିତିରେ ବୁଲଡୋଜର ଚଲାଯାଇଛି । ତେବେ ଦୋରା ବନ୍ଧ ରାସ୍ତାରେ ଥିବା ଏକ ଘରେ ନିଶା ସାମଗ୍ରୀ ବିକ୍ରି ହେଉଥିବା ଅଭିଯୋଗ ପାଇବା ପରେ ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଇଛି ।
Prev Post