ବଙ୍ଗୋମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସରକାରୀ ନିର୍ଦ୍ଦେଶକୁ ଅବମାନନା : ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ପୂର୍ବ କମିଟି ସଦସ୍ୟ ସୁଶୀଲ ଜୈନ
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସରକାରୀ ନିର୍ଦ୍ଦେଶକୁ ଅବମାନନା କରି ବ୍ଲକ ଗ୍ରାଣ୍ଟ ସତ୍ତ୍ୱେ ପରିଚାଳନା କମିଟିରୁ ଦରମା ନିଆଯାଉଥିବା ଅଭିଯୋଗ ଆଣିଛନ୍ତି ବିଦ୍ୟାଳୟର ପୂର୍ବତନ କମିଟି ସଦସ୍ୟ ସୁଶିଲ ଜୈନ । ଏନେଇ ଉଗ୍ରସେନ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଏହି ବିଦ୍ୟାଳୟ ବ୍ଲକ ଗ୍ରାଣ୍ଟ ପାଇଥିବା ସତ୍ତ୍ୱେ ସେଠାରେ କାମ କରୁଥିବା ଅଧ୍ୟାପକ ଅଧ୍ୟାପିକାମାନେ ସରକାର ଦେଉଥିବା ଦରମା ସହ ବିଦ୍ୟାଳୟ ପରିଚାଳନା ପାଣ୍ଠିରୁ ମଧ୍ୟ ଦରମା ଟଙ୍କା ନେଉଛନ୍ତି । ପରିଚାଳନା ପାଣ୍ଠିରୁ ଦରମା ନ ନେବା ପାଇଁ ବିଭାଗ ପକ୍ଷରୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଇଛି । ପରିଚାଳନା ପାଣ୍ଠିରୁ ନିଆଯାଇଥିବା ଟଙ୍କା ଫେରସ୍ତ କରିବା ପାଇଁ ନିର୍ଦ୍ଦେଶ ପରେ ମଧ୍ୟ ତାହା ପାଳନ କରୁନାହାନ୍ତି । ଅନ୍ୟପକ୍ଷରେ ଅନ୍ୟ ବ୍ଲକ ଗ୍ରାଣ୍ଟ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଆଡମିସନ୍ ଫିସ ଠାରୁ ଆରମ୍ଭ କରି ଅନ୍ୟ ଫିସ କମ୍ ଥିବାବେଳେ ଏହି ବିଦ୍ୟାଳୟରେ କାହିଁକି ଅଧିକ ଟଙ୍କା ନିଆଯାଉଛି ବୋଲି ସେ କହିଛନ୍ତି । ଏହା ଉପରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସୁଶୀଲ ଜୈନ, ଜୟକୃଷ୍ଣ ସରାଫ, ମଣ୍ଟୁ ସରାଫ ପ୍ରମୁଖ ଉପସ୍ଥିତ ଥିଲେ ।