ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ୫ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନାରେ ୨ ଲକ୍ଷ ଟଙ୍କା ଲେଖାଏଁ ଚେକ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିତୁଶ୍ରୀ ମେହେର ଯୋଗଦେଇ ହିତାଧିକାରୀମାନଙ୍କୁ ଚେକ୍ ପ୍ରଦାନ କରିଥିଲେ । ବଙ୍ଗୋମୁଣ୍ଡା ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ରୁଦ୍ରନାରାୟଣ ସାହୁ , ଷ୍ଟେଟ ବ୍ୟାଙ୍କ ଏଲ୍ଡିଏମ୍ ପ୍ରଶାନ୍ତ ବେହେରା, ଓଡିଶା ଜୀବିକା ମିଶନ ବିପିଏମ୍ ସତ୍ୟପ୍ରିୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ବ୍ୟାଙ୍କର କର୍ମଚାରୀମାନେ ଉପସ୍ଥିତ ଥିଲେ ।
Prev Post