pr

ସମାଜର ସର୍ବାଙ୍ଗୀନ ବିକାଶରେ ମହିଳା ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ – ବିଧାୟକ ଦୁର୍ଗା ତନ୍ତୀ

dr. purohit

ରାଉରକେଲା, (ସସ୍ମିତା ପ୍ରଧାନ) : ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଗତକାଲି ଇସ୍ପାତ ସହରର ଅନ୍ୟତମ ସାମାଜିକ ସଂଗଠନ ସଦ୍‌ଭାବନା ଲକ୍ଷେଘର ସମାଜ ଦ୍ୱାରା ସଂଘ କାର୍ଯ୍ୟାଳୟ ପରିଷରରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟ ମାଧ୍ୟମରେ ମାତୃଶକ୍ତିର ସାହାଯ୍ୟ ସହଯୋଗ ଏବଂ ଆଶୀର୍ବାଦ ବିନା ନା ଜଣେ ବ୍ୟକ୍ତିର ବିକାଶ ହୋଇପାରିବ, ନା ଗୋଟିଏ ପରିବାରର ନା ସମାଜର ସର୍ବାଙ୍ଗୀନ ବିକାଶ ସମ୍ଭବ । ତେଣୁ ମାତୃଶକ୍ତିର ମାନ ସମ୍ମାନ ଓ ସ୍ୱାଭିମାନର ସୁରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ବିଧାୟକ ଶ୍ରୀ ତନ୍ତୀ ଉପସ୍ଥିତ ଜନତାଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓଡିଶା ପ୍ରଶାସନିକ ଅଧିକାରୀ ଶ୍ରୀମତୀ ସାଧବୀ ଦେହୁରିଆ ଏବଂ ବିଧାୟକ ଦୁର୍ଗା ତନ୍ତୀଙ୍କ ଧର୍ମପତ୍ନୀ ଶ୍ରୀମତୀ ସୁଚିତ୍ରା ତନ୍ତୀ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । ସଂଗଠନର ଉପସଭାପତି ବିନିତା ତାଣ୍ଡିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହିମା ଭକ୍ତି ବେସେନ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.