pr

ବଲାଙ୍ଗିରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଆଇନସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବଲାଙ୍ଗିରଙ୍କ ଅନୁମତି କ୍ରମେ ତା ୦୮- ୦୩-୨୦୨୬ ରିଖ ଦିନ ଜିଲ୍ଲା କୋର୍ଟ ପରିସର ଏଡ଼ିଆର୍‌ ବିଲ୍‌ଡିଙ୍ଗ୍‌ର କନ୍‌ଫେରେନ୍ସ ହଲ୍‌ଠାରେ ଜିଲ୍ଲା ନ୍ୟାୟାଳୟର ଜିଲ୍ଲା ନ୍ୟାୟାଧୀଶ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ (ଭାରପ୍ରାପ୍ତ) ମଳୟ କୁମାର ଦାଶଙ୍କ ଉପସ୍ଥିତିରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ମହିଳା ମାନଙ୍କର ମୌଳିକ ଅଧିକାର ଏବଂ ସେମାନଙ୍କ ଶିକ୍ଷା, ସୁରକ୍ଷା ଉପରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଭାସୀ ମାଧ୍ୟମରେ ବିକ୍ରମ କେଶରୀ ପଟ୍ଟନାୟକ (ଜଜ୍ ଫେମିଲି କୋର୍ଟ), ଶ୍ରୀମତୀ ବୈଶାଳୀ ନାୟକ (ସିଭିଲ ଜଜ୍ ବରିଷ୍ଠ), ଶ୍ରୀମତୀ ଅର୍ଣ୍ଣପୂର୍ଣ୍ଣା ଷଡ଼ଙ୍ଗୀ (ଅତିରିକ୍ତ ସିଭିଲ ଜଜ୍ ବରିଷ୍ଠ), ଶ୍ରୀମତୀ ଦୀପାରାଣୀ ଜେନା (ଏସ୍‌ଡିଜେଏମ୍), ଶ୍ରୀମତୀ ସାସ୍ୱାତୀ ମହାପାତ୍ର (ସିଭିଲ ଜଜ୍ କନିଷ୍ଠ), ଅର୍ଘ୍ୟରୁପା ମିଶ୍ର (ଜେଏମ୍‌ଏଫ୍‌ସି), ସାଧକ କାରଜି (ଜେଏମ୍‌ଏଫ୍‌ସି), ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବଲାଙ୍ଗିର ଗୁଣନିଧି ମଲ୍ଲିକ ଯୋଗଦେଇ ମହିଳା ମାନଙ୍କ ସୁରକ୍ଷା ଦେବାରେ ପୋଲିସର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ସଭାରେ ସିଭିଲ କୋର୍ଟର ମହିଳା କର୍ମଚାରୀ ଏବଂ ଆଇନ ସେବା ପ୍ରାଧିକରଣ ବଲାଙ୍ଗିରର ପିଏଲ୍‌ଭି ମଧ୍ୟ ଉପସ୍ଥିତ ଥିଲେ । ଏହି ସଭା ରେଜିଷ୍ଟ୍ରାର ସିଭିଲ କୋର୍ଟ ଶ୍ରୀଦୀପ ମିଶ୍ର (ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବଲାଙ୍ଗିର ଭାରପ୍ରାପ୍ତ)ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି ।

nrusinghnath
Leave A Reply

Your email address will not be published.