ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଠାରେ ଓମ୍ ଏଣ୍ଟରପ୍ରାଇଜେସ୍ର ନୂତନ ବ୍ରାଞ୍ଚ ଉଦଘାଟିତ ହୋଇଯାଇଛି । ଉଦଘାଟନୀ କାର୍ଯ୍ୟକ୍ରମରେ ଓମ୍ ଏଣ୍ଟର ପ୍ରାଇଜେସ୍ର ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ, ଉଦ୍ୟୋଗପତି ସୌରଭ ବଂଶଲ, ନିକୁଞ୍ଜ ବଂଶଲ, ଜାନକୀ ବଲ୍ଲଭ ଜେନା, ହିମାଂଶୁ ମଲ୍ଲିକ, ମାନସ ଜେନା, ସନ୍ଧ୍ୟାରାଣୀ ବେହେରା ଓ ଅଶୋକ ଦେଓ ପ୍ରମୁଖ ଯୋଗ ଦେଇଥିଲେ । କେବଳ ବଲାଙ୍ଗିର ଜିଲ୍ଲା ନୁହେଁ, ସମଗ୍ର ପଶ୍ଚିମ ଓଡ଼ିଶାର ଆଶାୟୀ ଉଦ୍ୟୋଗୀ ମାନଙ୍କୁ ପେପର୍ ପ୍ଲେଟ୍ ମେସିନ୍ ଯୋଗାଇ ଦେଇ ସେମାନଙ୍କୁ କମ୍ ନିବେଶରେ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ କରିବାର ଲକ୍ଷ୍ୟ ରଖିଛି ଓମ୍ ଏଣ୍ଟରପ୍ରାଇଜେସ୍ । ପୂର୍ବରୁ ଯାଜପୁର ଓ ଭୁବନେଶ୍ଵରରେ ଗ୍ରାହକଙ୍କୁ ଉନ୍ନତ ସେବା ଯୋଗାଇ ଚର୍ଚ୍ଚାରେ ରହି ଆସିଛି କମ୍ପାନୀ । କେବଳ ମେସିନ୍ ବିକ୍ରୟ ନୁହଁ, ବିକ୍ରି ପରେ ଉନ୍ନତ ଓ ତତକ୍ଷଣାତ ସର୍ଭିସ୍ ଏବଂ ଉଦ୍ୟୋଗୀଙ୍କୁ ଠିକ୍ ସମୟରେ କଞ୍ଚାମାଲ ଯୋଗାଇବା ଓମ୍ ଏଣ୍ଟରପ୍ରାଇଜେସ୍ର ମୂଳ ଲକ୍ଷ୍ୟ । ପେପର୍ ପ୍ଲେଟ୍ ମେସିନ୍ ସହିତ ପାମ୍ପଡ଼ ପ୍ରସ୍ତୁତ ମେସିନ୍, ଗୁପଚୁପ ମେସିନ୍ ଓ ରୁଟି ତିଆରି ମେସିନ୍ ମଧ୍ୟ ଓମ୍ ଏଣ୍ଟରପ୍ରାଇଜେସ୍ରେ ଉପଲବ୍ଧ ହେଉଛି ।
Prev Post