ଦେଓଗାଁ ଜଗନ୍ନାଥ ମନ୍ଦିର ପୂଜକଙ୍କ ମାତୃ ବିୟୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ୧ଟା ସମୟରେ ଦେଓଗାଁ କଛାରପାଲି ଜଗନ୍ନାଥ ମନ୍ଦିର ପୂଜକ ପ୍ରଦ୍ୟୁନ୍ନ ପାଣିଗ୍ରାହୀଙ୍କ ମାଁ ତଥା ମନ୍ଦିର ପୂଜକ ସ୍ୱର୍ଗତ ବୈଷ୍ଣବ ପାଣିଗ୍ରାହୀଙ୍କ ଧର୍ମପତ୍ନୀ ପଦ୍ମାବତୀ ଦାଶ ୭୭ ବର୍ଷିଆଙ୍କ ବିୟୋଗ ଘଟିଛି । ମୃତ୍ୟୁ ସମୟରେ ଏକ ମାତ୍ର ପୁଅ ପ୍ରଦ୍ୟୁନ୍ନ ସହ ଦୁଇ ଝିଅ ଓ ନାତି ନାତୁଣୀ ଉପସ୍ଥିତ ଥିଲେ । ବାବା ରାମଜି ମହାରାଜ, କାହ୍ନୁଚରଣ ଦାସଙ୍କ ଉପସ୍ଥିତି ଓ ଗ୍ରାମବାସୀଙ୍କ ସହଯୋଗରେ ସୋନଗଡ଼ ନଦୀରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଯାଇଛି । ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଦେଓଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.