ମନରେଗା ଯୋଜନାରେ ଶ୍ରମିକ ବଦଳେ ମେସିନରେ କାମ : ଭିଡିଓ ଭାଇରାଲ ପରେ ଚର୍ଚ୍ଚା

ସଇଁତଲା, (ଖୁସିରାଣୀ ସାହୁ) : ସଇଁତଲା ବ୍ଲକ ଜୁରାବନ୍ଦ ପଞ୍ଚାୟତ ଅନ୍ତର୍ଗତ ଡୁକେରଚଚରା ଗାଁରେ ମନରେଗା ଯୋଜନାରେ ହେଉଥିବା ଏକ କାମକୁ ନେଇ ବର୍ତ୍ତମାନ ବଡ଼ ବିବାଦ ସୃଷ୍ଟି ହୋଇଛି । ଗାଁର ତେତେଲମୁଣ୍ଡା ଟେଙ୍କର ମାଟି ଉନ୍ନତିକରଣ କାମ ପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିଲା । କିନ୍ତୁ ଏହି କାମରେ ଶ୍ରମିକଙ୍କୁ ନିଯୁକ୍ତି ଦେବା ବଦଳରେ ମେସିନ ବ୍ୟବହାର କରାଯାଇଥିବା ଅଭିଯୋଗ ଆସିବା ସହ ଏକ ଭିଡିଓ ଭାଇରାଲ ହେବାପରେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତେତେଲମୁଣ୍ଡା ଟେଙ୍କର ମାଟି ଉନ୍ନତିକରଣ କାମପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରାୟ ୧୦ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଛି । ଏହି କାମ ମନରେଗା ଯୋଜନା ଅଧୀନରେ ହେବାକୁ ଥିବାରୁ ଏଠାରେ ଗ୍ରାମୀଣ ଶ୍ରମିକମାନଙ୍କୁ କାମ ମିଳିବା କଥା । କିନ୍ତୁ ଶ୍ରମିକମାନଙ୍କୁ କାମ ଦେବା ବଦଳରେ ଜେସିବି ଓ ଅନ୍ୟାନ୍ୟ ମେସିନ ବ୍ୟବହାର କରି କାମ କରାଯାଉଛି ବୋଲି ଗାଁ ଲୋକେ ଅଭିଯୋଗ କରିବା ସହ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏନେଇ ସଇଁତଲା ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧାଙ୍କୁ ପଚାରିବାରୁ ମୋ ପାଖରେ ଅଭିଯୋଗ ଆସିନାହିଁ । ଲିଖିତ ଅଭିଯୋଗ ଆସିବା ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.