ଘୁନସରରେ ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ

ସଇଁତଲା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଘୁନସର ଗାଁର ହାଟପଦା ନିକଟରେ ସରକାରୀ ଜମିକୁ ଦୀର୍ଘଦିନ ଧରି କେତେକ ବ୍ୟକ୍ତି ବେଆଇନ ଭାବେ ଜବରଦଖଲ କରି ଦୋକାନ ନିର୍ମାଣ କରି ରହିଥିବା ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ ଉଚ୍ଛେଦ ଗ୍ରହଣ କରାଯାଇଛି । ଦୀର୍ଘଦିନ ଧରି ସରକାରୀ ଜମି ଉପରେ ଏହିପରି ଅବୈଧ ଦଖଲ ହୋଇଥିବା ପ୍ରଶାସନଙ୍କ ନଜରକୁ ଆସିଥିଲା । ସଇଁତଲା ଅତିରିକ୍ତ ତହସିଲଦାର ମୋହନ ମୁଣ୍ଡା ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ରହି ସମସ୍ତ ପ୍ରକ୍ରିୟାକୁ ନିୟମ ଅନୁସାରେ ପରିଚାଳନା କରିଥିଲେ । ପ୍ରଶାସନୀୟ ଦଳ ଘଟଣାସ୍ଥଳରେ ପହଞ୍ଚି ଅବୈଧ ଭାବେ ନିର୍ମିତ ହୋଇଥିବା ଦୋକାନକୁ ଭାଙ୍ଗିଦେଇ ସରକାରୀ ଜମିକୁ ଜବରଦଖଲରୁ ମୁକ୍ତ କରିଥିଲେ । ଦୀର୍ଘଦିନ ଧରି ସରକାରୀ ଜମି ଦଖଲ ହୋଇରହିଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଥିଲା ବୋଲି ସ୍ଥାନୀୟମାନେ କହିଥିଲେ । ପ୍ରଶାସନଙ୍କ ଏହି ଉଚ୍ଛେଦ କାର୍ଯ୍ୟାନୁଷ୍ଠାନ ପରେ ସରକାରୀ ଜମିକୁ ପୁଣିଥରେ ମୁକ୍ତ କରାଯାଇଥିବାରୁ ଲୋକମାନେ ପ୍ରଶାସନଙ୍କୁ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.