ରାଉରକେଲା, (ସସ୍ମିତା ପ୍ରଧାନ) : ଶନିବାର ୧୦.୩୦ ମିନିଟରେ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ତରଫରୁ ବିଶ୍ୱ ମହିଳା ଦିବସ ପାଳନ କରାଯାଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଦିପ୍ତା ବେହେରାଙ୍କ ସଭାପତିତ୍ୱରେ, ବରିଷ୍ଠ ଶିକ୍ଷକ ଅଜୟ କୁମାର ରାଉତଙ୍କ ଆବାହକତ୍ୱ ତଥା ବରିଷ୍ଠ ଶିକ୍ଷୟିତ୍ରୀ ନିରୁପମା ପତିଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ ସଭାପତି ଏ ଦିବସର ମହତ୍ୱ ଉପରେ ଆଲୋକପାତ କରିଥିଲେ । ପ୍ରଥମରେ ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ବକ୍ତବ୍ୟ ତଥା ବିଭିନ୍ନ ନୃତ୍ୟ ପରିବେଷଣ କରିଥିଲେ । ଅଜୟ କୁମାର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଯଥା ନିବେଦିତା ସାହୁ, ରୀତା ମହାପାତ୍ର, ସରୋଜ ଜେନା, ଛବିରାଣୀ ପ୍ରଧାନ, ପ୍ରମିଳା ଡୁଙ୍ଗ ଡୁଙ୍ଗ, ମିନତୀ ଖମାରୀ, ପୂଜା ସ୍ୱାଇଁ, ହରିଶଙ୍କର କାମିଲା, ସୁଜାତା ମିଶ୍ର, ସୁଶାନ୍ତ ରୟ, ସୁରେଖା ନାୟକ, ସାବିତ୍ରୀ, ପ୍ରତିମା, ଶ୍ରୀମତୀ ବନିତା ସ୍ୱାଇଁ ଇତ୍ୟାଦି ସହଯୋଗ କରିଥିଲେ । ସମସ୍ତ ଶିକ୍ଷୟିତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ବିଜ୍ଞାନ ଶିକ୍ଷୟିତ୍ରୀ ମମତା ସେନାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୨୫୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବାଳିକାମାନଙ୍କ ଉଦ୍ଦେଶ୍ୟରେ ଭବିଷ୍ୟତ ଜୀବନରେ ଉତ୍ତମ ମହିୟସୀ ମହିଳା ଭାବରେ ନିଜକୁ ଗଠନ କରାଯାଇପାରିବ, ବିଭିନ୍ନ ପ୍ରକାରର ଉପଦେଶ ପ୍ରଦାନ କରିଥିଲେ ।
Next Post