ମା’ଙ୍କ ଆଶିର୍ବାଦ ଭିକ୍ଷା କଲେ ରାଜ୍ୟସଭା ପ୍ରାର୍ଥୀ ଡା. ଦତ୍ତେଶ୍ୱର ହୋତା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ମୂଳନିବାସୀ ତଥା ରାଜ୍ୟସଭା ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା ଆଜି ସୋନପୁରରେ ପହଞ୍ଚି ପ୍ରଥମେ ଉଲୁଣ୍ଡା ବ୍ଲକ ତେଲେଣ୍ଡା ସ୍ଥିତ ମା’ ରାମଚଣ୍ଡୀ ଓ ରଣେଶ୍ୱର ବାବା ଏବଂ ସୁବର୍ଣ୍ଣପୁର ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ଵରୀଙ୍କ ଦର୍ଶନ ଓ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହି ଅବସରରେ ତାଙ୍କ ସଫଳତା କାମନା କରି ଦଳ ମତ ନିର୍ବିଶେଷରେ ସହରର ବିଭିନ୍ନ ରାଜନେତା, ସମାଜସେବୀ, ବୁଦ୍ଧିଜୀବୀ, ଆଇନଜୀବୀ ଓ ଶତାଧିକ ଶୁଭେଛୁ ମନ୍ଦିରରେ ପହଞ୍ଚି ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ଵରୀଙ୍କୁ ପ୍ରାର୍ଥନା କରିବା ସହ ଡ଼ାକ୍ତର ହୋତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ଅନେକ ସଂଗଠନ ପକ୍ଷରୁ ବିଭିନ୍ନ ମନ୍ଦିରରେ ମଧ୍ୟ ଡ଼ା. ହୋତାଙ୍କ ପାଇଁ ଆଜି ପୂଜା ଅର୍ଚ୍ଚନା କରାଯାଇଥିଲା ।

Leave A Reply

Your email address will not be published.