ନାରୀ ପ୍ରତି ସମ୍ମାନ, ସଭ୍ୟ ସମାଜର ପରିଚୟ – ଡ. ହେମନ୍ତ କୁମାର ଦାଶ

ତୁଷୁରା, (କେପିଏନ୍‌ଏସ୍‌) : ସମ୍ବାଦ ସାହିତ୍ୟ ଘର ଗୁଡଭେଲା, ଜିଲ୍ଲା ବଲାଙ୍ଗିର ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ସମ୍ପାଦକ ଡ. ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡ. ଦାଶ “ନାରୀ ପ୍ରତି ସମ୍ମାନ, ସଭ୍ୟ ସମାଜର ପରିଚୟ” ବୋଲି କହିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଅଧ୍ୟାପିକା ରଞ୍ଜିତା ଦାଶ ଯୋଗ ଦେଇ ନାରୀମାନେ ଆତ୍ମ ନିର୍ଭର ହୋଇ ଆଗକୁ ବଢିବା ପାଇଁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ କଣ୍ଠଶିଳ୍ପୀ ଲିଲି ବାଗ ଯୋଗଦେଇ ଏକ ଚିତ୍ତାକର୍ଷକ ଗୀତ ଗାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ । ବିଶିଷ୍ଟ ଶିକ୍ଷାବିତ୍ ସୁଶୀଳ କୁମାର ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମାଜ ମହିଳା ମାନଙ୍କୁ ସମ୍ମାନ ଦେଲେ, ସମାଜ ଆଗକୁ ବଢିବ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ କବୟିତ୍ରୀ ତୃପ୍ତିମୟୀ ତ୍ରିପାଠୀ ସଂଯୋଜନା କରିଥିଲେ । କବୟିତ୍ରୀ ବବିତା ନାୟକ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ଓ କବୟିତ୍ରୀ ହୀରାବତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବରିଷ୍ଠ କବି ସନ୍ତୋଷ କୁମାର ବେହେରା, ଭକ୍ତବନ୍ଧୁ ସାହୁ, ରାଜୀବ ଗଡତିଆ ତଥା ଆଲୋଚିକା ଭାବେ ସୌଦାମିନୀ ଷଡ଼ଙ୍ଗୀ, ଅହଲ୍ୟା ଥନାପତି, ହେମବନ୍ତୀ ଭାଟି, କବିତା ଧରୁଆ ପ୍ରମୁଖ ଯୋଗ ଦେଇଥିଲେ । ପିଲୁ ଭାଇ ଓ ମୁନୁ ଭାଇ ସହଯୋଗ କରିଥିଲେ ।

Leave A Reply

Your email address will not be published.