ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଇନ୍ଦ୍ରାବତୀ ଡିଗ୍ରୀ ମହାବିଦ୍ୟାଳୟର ୩୭ତମ ବାର୍ଷିକ ଉତ୍ସବ ସହ ନବ ନିର୍ମିତ କୋଠା ଉଦ୍ଘାଟିତ ହୋଯାଇଛି । ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନବ ନିର୍ମିତ କୋଠାର ଶୁଭ ଉଦ୍ଘାଟନ କରିଥଲେ । ଆୟୋଜିତ ୩୭ତମ ବାର୍ଷିକ ଉତ୍ସବ ସମାରୋହରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଶ୍ଵନାଥ ପାଢ଼ୀ ଅଧ୍ୟକ୍ଷତା କରିଥିବା ବେଳେ ବିଧାୟକ ଦିସାରୀ ମୁଖ୍ୟ ଅତିଥି ଆସନ ଅଳଙ୍କୃତ କରିଥଲେ । ଶିକ୍ଷାବିତ୍ ସତ୍ୟନାରାୟଣ ମହାପାତ୍ର ମୁଖ୍ୟବକ୍ତା ଭାବରେ ଯୋଗଦେଇ ଉତ୍ତମ ଶିକ୍ଷାର୍ଥୀ ହେବା ସହିତ ରାଷ୍ଟ୍ର ଗଠନ କ୍ଷେତ୍ରରେ ମଧ୍ୟ ସମସ୍ତ ଛାତ୍ରଛାତ୍ରୀ ସମଭାଗି ହେବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଜୟପାଟଣା ତହସିଲଦାର ଦୀପ୍ତି ରେଖା ବାଗ, ପୁରାତନ ଛାତ୍ର ଅବିନାଶ ନନ୍ଦ ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀଙ୍କ ନିଷ୍ଠାପର ସାଧନା ପାଇଁ ଆହ୍ୱାନ ଦେଇଥିଲେ । ଇଂରାଜୀ ଅଧ୍ୟାପକ ମାନସ ପଣ୍ଡା ମଞ୍ଚ ପରିଚାଳନା କରିଥଲେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ପୁରସ୍କୃତ କରାଯାଇଥିଲା ।