ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ୍ କନସିଂହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂଆପଲି ଗ୍ରାମର ଲଳିତ କୁମାର ସାହୁ ପଦ୍ମପୁର ତେଲି ସମାଜର ନୂତନ ବ୍ଲକ୍ ସଭାପତି ରୂପେ ମନୋନୀତ ହୋଇଛନ୍ତି । ଫଳରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ଆଗାମୀ ଦିନରେ କିଭଳି ଭାବରେ ତେଲି ସମାଜ ଆଗକୁ ଯିବ ସେଥିପ୍ରତି ଧ୍ୟାନ ଦେବା ସହିତ ସମାଜ ଉନ୍ନତି ପାଇଁ ଦୃଢ ସଂକଳ୍ପ ବଦ୍ଧ ।