- ପ୍ରଶିକ୍ଷକଙ୍କ ଦ୍ୱାରା ଛାତ୍ରୀଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜି ଦ୍ଵିତୀୟ ଦିନରେ ନୂଆ ଟାଉନ ହଲ ଠାରେ ଉପସ୍ଥିତ ମହିଳା ଓ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କୁ ପ୍ରଶିକ୍ଷକ ଏବଂ କୋଚ ମାନଙ୍କ ଦ୍ଵାରା ଆତ୍ମ ସୁରକ୍ଷା କୌଶଳ, ଜୁଡୋ, କରାଟେ ସହିତ ବକ୍ସିଂ ମାଧ୍ୟମରେ ପ୍ରଦର୍ଶନ କରି ତାଲିମ ପ୍ରଦାନ କରିବା ସହିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଉପ ଜିଲ୍ଲାପାଳ ଡ଼. ସୌମ୍ୟାରୂପା ରଥ, ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଅର୍ଜୁନ ମାଝୀ, ଜିଲ୍ଲା କ୍ରୀଡା ଅଧିକାରୀ, ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ଡେପୁଟି କଲେକ୍ଟର, ଅଭିଯୋଗ ପ୍ରକୋଷ୍ଠ ଚିତ୍ତ ରଂଜନ ମିଶ୍ର, ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ଓ ମହିଳା ମାନଙ୍କ ବିଭିନ୍ନ ସମସ୍ୟା ଓ ସେ ଗୁଡ଼ିକର ମୁକାବିଲା କରିବା, ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା, ପୁଷ୍ଟିକର ଖାଦ୍ୟ, ନୂତନ ମହିଳା ନେତୃତ୍ୱ ସୃଷ୍ଟି କରିବା, ଦକ୍ଷତା ବୃଦ୍ଧି ଇତ୍ୟାଦି ବିଷୟରେ ତାଲିମ ଓ ସଚେତନ କରାଯାଇଥିଲା ବେଳେ ଆସନ୍ତା କାଲି ବିଶ୍ଵ ମହିଳା ଦିବସ ପାଳନ ଅବସରରେ ସୁବର୍ଣ୍ଣପୁର ମର ସୁରେଶ୍ଵରୀଙ୍କ ମନ୍ଦିରରୁ ଏକ ସଚେତନତା ପଦଯାତ୍ରା ଆରମ୍ଭ ହୋଇ ସୋନପୁର ମହାବିଦ୍ୟାଳୟ ପଡ଼ିଆରେ ପହଞ୍ଚିବା ସହିତ ବିଶ୍ଵ ମହିଳା ଦିବସ ପାଳନର ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ ।