ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟ ଠାରେ ଛତ୍ରପୁର ନୂତନ ସାଇବର ଥାନା ଉଦଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁର ଠାରେ ନୂତନ ସାଇବର ଥାନା ଏବଂ ଅର୍ଥନୈତିକ ଅପରାଧ ଜିଲ୍ଲା ସେଲ୍ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଆଇ.ଜି. ନିତି ଶେଖର (ବ୍ରହ୍ମପୁର) ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଏବଂ ଜିଲ୍ଲାର ବହୁ ଗଣ୍ୟମାନ୍ୟ ପୋଲିସ ଉଚ୍ଚପଦାଧିକାରୀ ଗଣ ଯୋଗଦେଇ ବୁଦ୍ଧିଜୀବୀ ମାନଙ୍କୁ ଏହି ଥାନାର ବ୍ୟବହାରିକ ଉପଲବ୍ଧ ବିଷୟରେ ଆଲୋକପାତ କରିଥିଲେ । ଛତ୍ରପୁର ସହରର ଚଣ୍ଡୀଛକ (ଠାକୁରାଣୀ ମନ୍ଦିର) ନିକଟରେ ଅବସ୍ଥିତ ଏହି ଥାନାରେ ଭାରପ୍ରାପ୍ତ ଥାନା ଅଧିକାରୀ ଭାବେ ଇନିସିପେକ୍ଟର୍ ଜ୍ୟୋତିରଞ୍ଜନ ବେହେରା ଅବସ୍ଥାପିତ ହୋଇଛନ୍ତି । ଏଥି ସମେତ ଇନିସିପେକ୍ଟର୍ ପ୍ରିୟଙ୍କା ବେହେରା, ଇନିସିପେକ୍ଟର୍ ସସ୍ମିତା ସେଠୀ, ଇନିସିପେକ୍ଟର୍ ତୁଳରାମ୍ ମହାନନ୍ଦ, ଇନିସିପେକ୍ଟର୍ ଅନୀଲ କୁମାର ଦେବତା, ଇନିସିପେକ୍ଟର୍ ଶୁଭ ଲକ୍ଷ୍ମୀ କାହ୍ନର୍, ଇନିସିପେକ୍ଟର୍ ଅଞ୍ଜଳି ବେହେରା ପ୍ରମୁଖଙ୍କ ସମେତ ତିନିଜଣ ଏସ୍.ଆଇ. ଜଣେ ଏ.ଏସ୍.ଆଇ. ଏବଂ କନେଷ୍ଟବଲ୍ ପଦବୀରେ ଭୁକ୍ତ ଗଞ୍ଜାମ ପୋଲିସ ଜିଲ୍ଲାର ଏକ ନୂତନ ସାଇବର ଥାନା ଗଠିତ ହୋଇଥିବା କୁହାଯାଇଛି । ସୂଚନା ଯୋଗ୍ୟ ଯେ ଆମ ପୋଲିସ ସମିତି, ବରିଷ୍ଠ ନାଗରିକ ଏବଂ ମହିଳା ସ୍ୱେଚ୍ଛାସେବୀ, ସୁଭଦ୍ରା ମିଶନ ଶକ୍ତି ତଥା ସହରର ବହୁ ବୁଦ୍ଧିଜୀବୀଗଣ ଯୋଗଦେଇଥିଲେ । ଏହି ଥାନା ଉଦଘାଟନୀ ସମାରୋହ ପୂର୍ବକ ରାଜଧାନୀ ଭୁବନେଶ୍ୱରରୁ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ୍ ଶାହା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭାସୀ ମାଧ୍ୟମରେ ସିଧା ପ୍ରସାରଣ କାର୍ଯ୍ୟକ୍ରମ ଦେଖିବା ପାଇଁ ବହୁ ଦର୍ଶକଙ୍କ ନିମନ୍ତେ ବ୍ୟବସ୍ଥିତ ଯୋଜନାରେ କରାଯାଇଥିଲା ।

Leave A Reply

Your email address will not be published.