ରାମ ନବମୀ ପାଇଁ ପସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଧୁମାଭଟା ଗ୍ରାମର ନାଏକପଡାରେ ସନ୍ଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ, ବନମାଳୀ ନାଏକଙ୍କ ସଭାପତ୍ୱରେ ରାମଲୀଲା ନାଟକ ପାଇଁ ଏକ ଜରୁରୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୫୬ ବର୍ଷ ହେଲା ଶ୍ରୀରାମ ରାମଲୀଲା ନାଟକ ହୋଇ ଆସୁଛି । ଶ୍ରୀରାମ ନବମୀ ପୂଜା ଦିନ ଠାରୁ ଚଉଦ ଦିନ ପର୍ଯ୍ୟନ୍ତ ନାଟକ ପରିବେଷଣ ହୋଇଥାଏ । ଏହି ପରିବେଷଣରେ ରାମ ଜନ୍ମ, ହେବା ଠାରୁ ରାବଣ ବଧ, ପର୍ଯ୍ୟନ୍ତ ନାଟକ ପରିବେଷଣ ହୋଇଥାଏ । ଏହି ରାମନବମୀ ନାଟକ ହେଲେ ଗ୍ରାମରେ ଖୁସିର ଲହରୀ ଖେଳିଯାଏ । ଏହି ବର୍ଷ ମଧ୍ୟ ଆହୁରୀ ଧୁମଧାନରେ ନାଟକ ହେବ ବୋଲି ବୈଠକରେ ଆଲୋଚନା ହୋଇଥିଲା । ଶ୍ରୀରାମ ପ୍ରଭୁଙ୍କୁ ନେଇ ଗ୍ରାମରେ ଶୋଭାଯାତ୍ରା, ପରିକ୍ରମା କରାଯିବ ବୋଲି ଦେବରାଜ ନାଏକ ପ୍ରସ୍ତାବ ଦେଇଥିଲେ । ଏହି ସଭାରେ ଉପସ୍ଥିତ ଥିଲେ ସଦାନନ୍ଦ ବୁଡେକ, ଦେବରାଜ ବୁଡେକ, ଭୃଙ୍ଗରାଜ ବୁଡେକ, ଲକ୍ଷଣ ପ୍ରସାଦ ନାଏକ, ହଳଧର ନାଏକ, ବନବିହାରୀ ବୁଡେକ, ନୀଳମଣି ନାଏକ, ଘନ ଦେଓ, ଦୁଖିଶ୍ୟମ ବୁଡେକ, ସୁଶାନ୍ତ ବୁଡେକ, କମଳ ନାଏକ, ପ୍ରେମାନନ୍ଦ ନାଏକ, ଲମ୍ବୋଦର ନାଏକ, ଦନାର୍ଦନ ବୁଡେକ, ରମ୍ଭାକାନ୍ତ ନାଏକ, ପରଦେଶୀ ବୁଡେକ, କ୍ଷମା ଦେଓ, କୃପାସାଗର ବୁଡେକ, ଝଗଡୁ ବୁଡେକ, କୃଷ୍ଠଚନ୍ଦ୍ର ନାଏକ, ଲକ୍ଷ୍ମଣ ନାଏକ, ରକ ବୁଡେକ, ଭାବଗ୍ରାହୀ ବୁଡେକ, ଲକ୍ଷୀ ବୁଡେକ, ସଂଜୀବ ବୁଡେକ, ବଳଦେବ ନାଏକ, ପ୍ରଶ୍ନ ବୁଡେକ, କଇଁ ବୁଡେକ, ରାଜେଶ ବୁଡେକ, ମହନ ନାଏକ, ଲବ ବୁଡେକ, ଲଲିତ ବୁଡେକ, ଦିଲ୍ଲପୀ ବୁଡେକ, ତରିବର ଖର୍ସେଲ, ମଧୁ ବୁଡେକ, ରିଘା ନାଏକ, ଭାବଗ୍ରାହୀ ବୁଡେକ ସମସ୍ତେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.