ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଝରଣୀପାଲି ପଂଚାୟତ କାର୍ଯ୍ୟାଳୟ ଠାରେ ଶିଶୁ ବିକାଶ ପ୍ରକଳ୍ପ ତରଫରୁ କିଶୋରୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସିଡିପିଓ ଶୁଭଶ୍ରୀ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ଝରଣୀପାଲି ସରପଞ୍ଚ ସୁନିତା ସାହୁ, ଅଙ୍ଗନବାଡି ସୁପରଭାଇଜର ସତ୍ୟବ୍ରତୀ ମିଶ୍ର, ପଲ୍ଲୀ ଆଲୋକ ପାଠାଗାରର ଅଭିଜିତ ମିଶ୍ର, ଜ଼ିଲ୍ଲା ଶିଶୁମଙ୍ଗଳରୁ ଜ୍ୟୋତିର୍ମୟ ମିଶ୍ର ଯୋଗ ଦେଇଥିଲେ । ଏହି ମେଳାରେ ଝରଣୀପାଲି ପଂଚାୟତର ଗାଁ ଗୁଡ଼ିକର ସମସ୍ତ ଅଙ୍ଗନବାଡି କର୍ମୀ ତଥା କିଶୋରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ କିଶୋରୀମାନେ ଗୀତ, ଜଣାଅଜଣା, ଝୋଟି ଭଳି ବିଭିନ୍ନ ଇଭେଣ୍ଟରେ ଭାଗ ନେଇଥିଲେ । ଏଥିରେ ମନୋନୀତ କିଶୋରୀଙ୍କୁ ପୁରସ୍କୃତ କରାଯାଇଥିଲା । ପଲ୍ଲୀ ଆଲୋକ ପାଠାଗାରର ପ୍ରହଲ୍ଲାଦ ପଧାନ, ବର୍ଷା ଯୁଆଡ଼ି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ଜରିଥିଲେ । ଅଙ୍ଗନବାଡି କର୍ମୀ ରଶ୍ମିରେଖା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କର୍ମୀ କୁମଦିନି ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।