pr

ନିଖିଳ ଓଡିଶା ବିଦ୍ୟୁତ ମଜଦୁର ମହାସଂଘର ବୈଠକ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିଖିଳ ଓଡିଶା ବିଦ୍ୟୁତ ମଜଦୁର ମହାସଂଘ ପକ୍ଷରୁ ଟାଟା ପାୱାର ଦ୍ୱାରା ଠିକା ସଂସ୍ଥା ଦାରୁବ୍ରହ୍ମ ପ୍ରାଇଭେଟ ଲିମିଟେଡ ଦ୍ୱାରା କାର୍ଯ୍ୟରତ ଠିକା ଶ୍ରମିକମାନଙ୍କ ବିଭିନ୍ନ ନ୍ୟାର୍ଯ୍ୟ ଦାବି ନେଇ ଶ୍ରମ କମିଶନର ବଲାଙ୍ଗିରଙ୍କ କାର୍ଯ୍ୟାଳୟରେ ତୃତୀୟ ପର୍ଯ୍ୟାୟରେ ଆଲୋଚନା ହୋଇଥିଲା । ଠିକା ଶ୍ରମିକମାନଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ, କର୍ମଚାରୀମାନଙ୍କୁ ମାନସିକ ନିର୍ଯ୍ୟାତନା ଦେବା, ବେନିୟମ ଛଟେଇ ପରି ବିଭିନ୍ନ ସମସ୍ୟା ବଲାଙ୍ଗିର ଠାରେ ହେଉଥିବା ଶ୍ରମ ଅଧିକାରୀଙ୍କୁ ସମସ୍ତ ତଥ୍ୟ ପ୍ରଦାନ ପରେ ମଧ୍ୟ ଦିନ ଗଡେଇ ଚାଲିଛନ୍ତି, ଶ୍ରମ ଅଧିକାରୀ ସବୁ ଜାଣି ମଧ୍ୟ ଚୁପ ରହିବା ଅତ୍ୟନ୍ତ ଦୁଃଖର ବିଷୟ ହୋଇଛି । ଆଲୋଚନା ବିଫଳ ହୋଇବା ପରେ ଶ୍ରମ କୋର୍ଟକୁ କିମ୍ବା ଟ୍ରିବୁନାଲକୁ ପଠାଇବା ପରିବର୍ତ୍ତେ ଶ୍ରମ ଅଧିକାରୀ ସର୍ବନିମ୍ନ ମଜୁରୀ ପ୍ରଦାନ ଓ ଶ୍ରମିକମାନଙ୍କୁ ମାନସିକ ନିର୍ଯ୍ୟାତନା ପରି ବିଷୟକୁ ଗମ୍ଭୀର ବିଷୟରେ ନ ନେଇ ଚୁପ୍‌ଚାପ ରହୁଥିବା ବେଳେ ଶ୍ରମିକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏସବୁ କଥା ଘଟିବା ପରେ ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ନ୍ୟାୟ ପାଇବା ଆଶା ନେଇ ହତାଶ ହୋଇ ଆସନ୍ତା ତା.୧୦.୦୩.୨୦୨୬ରୁ ଶ୍ରମ କାର୍ଯ୍ୟାଳୟ ବଲାଙ୍ଗିର ସମ୍ମୁଖରେ ଅହୋରାତ୍ର ଧାରଣ କରିବା ପାଇଁ ନିଖିଳ ଓଡିଶା ବିଦ୍ୟୁତ୍‌ ମଜଦୁର ମହାସଂଘ ପକ୍ଷରୁ ଜଣାଇ ଦିଆଯାଇଛି । ଆଜିର ଆଲୋଚନାରେ ଭାରତୀୟ ମଜଦୁର ସଂଘ ବଲାଙ୍ଗିର ଜିଲ୍ଲାର ସଂପାଦକ କାହ୍ନା ଶତପଥି, ସଂଗଠନ ସମ୍ପାଦକ ବିସ୍ମୟ ହୋତା ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.