ଲୋଇସିଂହା, (ବିମଳେନ୍ଦୁ ସାହୁ) : ବ୍ଳକ୍ କୁଶମେଲ ଠାରେ ମାଁ କୁଶଙ୍ଗେଇ କଳା ପରିଷଦ ଆନୁକୂଲ୍ୟରେ ନବମ ବର୍ଷ ଆଞ୍ଚଳିକ ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସଞ୍ଜୟ ସିଂଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାରମ୍ପରିକ ଲୋକବାଦ୍ୟ, ଲୋକନୃତ୍ୟ ଦଳ ଓ ୧୨ଟି ସ୍ୱୟଂ ସହାୟକ ପିଜି ଦଳ ସହିତ ସ୍ଥାନୀୟ କୁଶଙ୍ଗେଇ ଦେଵୀଙ୍କଠାରୁ ଆଜ୍ଞାମାଳ ନେଇ ଗ୍ରାମରେ ଶୋଭାଯାତ୍ରା କରାଯାଇଥିଲା । ଗୌନ୍ତିଆ ସାନ୍ତନୁ ସିଂ, ଜିଲ୍ଳା କଳାକାର ସମନ୍ୱୟ ସମିତିର ସଂଯୋଜକ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଜିଲ୍ଳା ତଥା ଜିଲ୍ଲା ବାହାରୁ ଆସିଥିବା ଶତାଧିକ ଲୋକକଳା ଦଳମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସଂଧ୍ୟାରେ ଉଦଯାପନୀ ସଭାରେ ଲୋଇସିଂହା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ ପାଣି ଉଡୁ, ବ୍ଳକ କଳାକାର ସଂଘ ସଭାପତି ସରୋଜ ବିଶ୍ୱାଳ, କୁଶମେଲ ସରପଞ୍ଚ କସ୍ତୁବ ସାହୁ, ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିସହିତ ସଂଧ୍ୟାରେ ରାବଣ ଦରବାର ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ଲମ୍ବୋଦର ସାହୁ ପରିଚାଳନା କରିଥିବା ବେଳେ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।